www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାୟତ୍ତ ଶାସନ ଦିବସରେ ଗଞ୍ଜାମ ଏନଏସିରେ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଯୁବଗୋଷ୍ଠୀ

ଗଞ୍ଜାମ: ଗଞ୍ଜାମ ଏନଏସି ପ୍ରଶାସନର ଅପାରଗତା ଯୋଗୁଁ କୌଣସି ଉନ୍ନୟନ କାର୍ଯ୍ୟ ହେଉନି। ଫଳରେ ଏହାକୁ ନେଇ ସହରବାସୀ ଏକ ପ୍ରକାର ଅତିଷ୍ଠ ହୋଇ ପଡିଲେଣି। ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଲୋକମାନଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି। ଏହାର ପ୍ରତିବାଦରେ ସ୍ଥାନୀୟ ଯୁବକମାନେ ସ୍ୱାୟତ୍ତ ଶାସନ ଦିବସରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିବା ସହ ସମସ୍ୟା ନେଇ ବିଭନ୍ନ ପ୍ରଶ୍ନ କରିଥିଲେ।

ସୂଚନା ଯୋଗ୍ୟ ଯେ, ବିଭିନ୍ନ ୱାର୍ଡରେ ବର୍ଷା ପାଣି ଜମି ରହୁଛି। କାରଣ ଡ୍ରେନେଜ ବ୍ୟବସ୍ଥା ଠିକ ଭାବେ ହୋଇନାହିଁ। ଫଳରେ ଗଞ୍ଜାମ ଷ୍ଟେସନ ଯିବା ମୁଖ୍ୟ ରାସ୍ତା ୱାର୍ଡ ନଂ ୨ ସାମନ୍ତରା ସାହିଠାରେ ବର୍ଷାଜଳ ଜମି ରହି ଏକ ପ୍ରକାରର କୃତିମ ବନ୍ୟା ସୃଷ୍ଟି ହେବା ସହ ସେହି ପାଣି ଯୋଗୁଁ ମଶା, ମାଛିଙ୍କ ଉତ୍ପତି ସ୍ଥଳ ପାଲଟୁଛି। ମଙ୍ଗଳବାର ଏନଏସି ପ୍ରଶାସନ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଥିବା ବେଳେ ବିଭିନ୍ନ ସମସ୍ୟା ତଥା ଡ୍ରେନ, ରାସ୍ତାଘାଟ ଓ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଯୁବକମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ କରଥିଲେ। ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର କହିଛନ୍ତି ସ୍ଥାନୀୟ ଅଂଚଳର ଯୁବକମାନେ ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି । ତାହାକୁ ପଂଚଦଶ ଅର୍ଥ କମିଶନ ଫଣ୍ଡରେ ପଇସା ଖର୍ଚ୍ଚ କରାଯାଇ ଉକ୍ତ ସମସ୍ୟା ସମାଧାନ କରାଯିବ ବୋଲି ସେ ଚିରା ଚରିତ ଶୈଳୀରେ ସଫେଇ ଦେଇଥିଲେ । ଯାହାକୁ ନେଇ ଯୁବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories