ପଦ୍ମପୁର : ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି। ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ. ସ୍ବାତୀଙ୍କ ନିର୍ଦେଶ କ୍ରମେ ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତର ସରଧାପୁର ଜଙ୍ଗଲରେ ଚଢାଉ କରାଯାଇଛି। ଏବଂ ୧୧୯ କେଜି ଗଞ୍ଜେଇ ସହ ଏକ ବୋଲେରୋ ଗାଡି ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ୯୦ ହଜାର ଉର୍ଦ୍ଧ ଟଙ୍କା ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପୁଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ପଦ୍ମପୁର ବ୍ଲକ ସରଧାପୁର ଦୁର୍ଗମ ଜଙ୍ଗଲ ରାସ୍ତାରେ ବୋଲେରୋ ଗାଡିକୁ ପିଛା କରିବା ସମୟରେ ଗାଡିକୁ ଛାଡି ଡ୍ରାଇଭର ଚମ୍ପଟ ମାରିଥିଲା । ଉକ୍ତ ଗାଡିକୁ ତଲାସୀ ସମୟରେ ଗାଡ଼ି ମଧ୍ୟରୁ ୪ ବସ୍ତା ଗଞ୍ଜେଇ ଥିବା ପୁଲିସ୍ ଦେଖିବାକୁ ପାଇଥିଲା । ତେବେ ଚଢାଉ ସମୟରେ ପଦ୍ମପୁର ଥାନା ଏସ ଆଇ ଶିଶିର କୁମାର ଜେନା, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଜଝକେତନ ସାହୁ, କନେଷ୍ଟବଳ ଆନନ୍ଦ ବାଉରୀ ସମେତ ଥାନା କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
Popular Categories



