www.samajalive.in
Friday, December 5, 2025
23.1 C
Bhubaneswar

ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହଙ୍ଗାମା

ସମାଜ ଡିଜିଟାଲ ଡେସ୍କ: ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳରୁ ହିଁ ଆରମ୍ଭ ହୋଇଛି । ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେଇ ସରକାରଙ୍କଠାରୁ ‘ଅପରେସନ ସିନ୍ଦୂର’ ଉପରେ ଉତ୍ତର ରଖିବାକୁ ଦାବି କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦିଅ ନାରା ଦେଇ ସରକାରଙ୍କଚ ଘେରିଛନ୍ତି । ବାଚସ୍ପତି ଓମ୍‍ ବିର୍ଲା ସମସ୍ତଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ସରକାର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । ଏହାସତ୍ୱେ ପ୍ରଶ୍ନକାଳ ସମୟରେ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଆଜି ପ୍ରଥମ ଦିନରେ ସଂସଦର ପ୍ରଶ୍ନକାଳ ବାଧାପ୍ରାପ୍ତ ହେବାରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ଅଧିବେଶନ ଭାରତ ପାଇଁ ଗୌରବ । ମୌସୁମୀ ଏବଂ କୃଷି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଜଳ ସଂରକ୍ଷଣ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି, ଯାହା ସମଗ୍ର ଦେଶକୁ ଲାଭ ଦେବ । ବିଶେଷକରି ଚାଷୀ, ଗାଁ ଏବଂ ସାଧାରଣ ପରିବାର ଲାଭବାନ ହେବେ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories