ସମାଜ ଡିଜିଟାଲ ଡେସ୍କ: ଲଗାଣ ବର୍ଷା ଯୋଗୁଁ ପାହାଡରେ ପୁଣି ଭୂସ୍ଖଳନ ହୋଇଛି । ଗଜପତି ଜିଲା ମୋହନାରେ ପାହାଡ ଧସିବାରୁ କଟାମା ପଞ୍ଚାୟତ ଅନ୍ତର୍ଗତ ପାପାଇଜୁ ନିକଟରେ ଦୁର୍ଗମା ପାହାଡରେ ଭୂସ୍ଖଳନ ହୋଇ ମାଟି ଅତଡା ଖସିଛି । ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ଠପ୍ ହୋଇଛି । ବୁଧବାର ଠାରୁ ଏହି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଘଟଣାସ୍ଥଳରେ ଗ୍ରାମବାସୀ ଓ ପ୍ରଶାସନିକ ଟିମ୍ ପହଞ୍ଚି ରାସ୍ତା ସଫା କରିବାରେ ଲାଗିଛନ୍ତି ।
Popular Categories



