ଜଗତସିଂହପୁର: ଲଘାଚାପ ବର୍ଷା ଦଶହରା ଫିକା ପଡିଥିବା ବେଳେ ଭାଙ୍ଗା ଯାଇଛି ତୋରଣ । ଲଘୁଚାପ ଜନିତ ବର୍ଷା ଓ ପବନରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ବଡ଼ ତୋରଣ ଭାଙ୍ଗିଯାଇଛି । ଗୁରୁବାର ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ତୋରଣଟି ଭାଙ୍ଗି ପଡ଼ିଛି । ଏଥିରେ ୫ଜଣ ଆହାତ ହୋଇଥିବା ସମୟରେ ୪ଟି ଗାଡ଼ି ଭାଙ୍ଗି ଯାଇଛି । ଫଳରେ ବାଲିକୁଦା ମାଛଗାଁ ରାସ୍ତା ବନ୍ଦ ହୋଇଯାଇଛି । ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତା ସଫା କରିବା କାମରେ ଲାଗିଛନ୍ତି ।
Popular Categories



