ଗଡମଧୁପୁର: ଧର୍ମଶାଳା ବ୍ଲକ ଅଧିନ ଗଡମଧୁପୁର ପଂଚାୟତ ଅନ୍ତର୍ଗତ ଜାମୁଜୋରି (କୁକୁଡାଖାଳି) ଗ୍ରାମର ଜଣେ ମହିଳାଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ନେଇ ସୁଚନା ମିଳିଛି। ମୃତ ମହିଳା ଜଣକ ସେହି ଗ୍ରାମର ହଗୁରୀ ମଳିକଙ୍କ ସ୍ତ୍ରୀ ଗୀତା ମଳିକ(୫୦) ବୋଲି ଜଣାପଡିଛି। ଖବର ନେବାରେ ଜଣାଯାଇଛି ଗୀତା ସବୁଦିନ ପରି ଆଜି ସକାଳୁ ଘରୁ ଛେଳି ନେଇ ପାଖ ପଡିଆକୁ ଯାଇଥିଲେ। ମେଘ ଆସିବାରୁ ସେ ଛେଳିପଲ ଧରି ତରବରରେ ଘରକୁ ଫେରି ଆସୁଥିବା ସମୟରେ ବଜ୍ରାଘାତରେ ଘଟଣାସ୍ଥଳରେ ଟଳି ପଡିଥିଲେ। ସୁଚନା ପାଇ ତୁରନ୍ତ ୧୦୮ରେ ତାଙ୍କୁ ଧର୍ମଶାଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
Popular Categories



