www.samajalive.in
Saturday, December 13, 2025
21.1 C
Bhubaneswar

୫ଟି ଦେଶୀ ବନ୍ଧୁକ ସହ ୪ କିଲୋ ଝିଙ୍କ ମାଂସ ଜବତ, ଶିକାରୀ ଚମ୍ପଟ୍

ଜି.ଉଦୟଗିରି: ରାଇକିଆ ବନ ବିଭାଗ ପକ୍ଷରୁ ଶୁକ୍ରବାର ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁଙ୍କ ନେତୃତ୍ବରେ ରାଇକିଆ ବ୍ଲକ୍ ଅନ୍ତର୍ଗତ କରଡା ପଞ୍ଚାୟତର ଡକରବାଡି ଘଞ୍ଚ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇଥିଲା। ରାଇକିଆ ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀଙ୍କଠାରୁ ୫ଟି ଦେଶି ବନ୍ଧୁକ, ଗୁଳି ୨୪, ବାରୁଦ ୨୦୦ ଗ୍ରାମ, ଟର୍ଚ୍ଚ ୩ଟି, ଝିଙ୍କ ମାଂସ ୪ କିଲୋ, ଝିଙ୍କ ଖାଡି ୨୦୦ ଗ୍ରାମ, ମୋବାଇଲ, ବ୍ୟାଟେରି, କାତି ଏବଂ ବିଭିନ୍ନ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ତେବେ ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିକାରୀମାନେ ଚମ୍ପଟ ମାରିଥିଲେ।

 

- Advertisement -

ଏଠାରେ ସୂଚନା ଥାଉକି କିଛି ଦିନ ପୁର୍ବରୁ ଜଣେ ଶିକାରୀଙ୍କୁ ଦେଶି ବନ୍ଧୁକ ସହ ଗିରଫ କରାଯାଇଥିଲା। ଏହାକୁ ମିଶାଇ ୦୬ ଗୋଟି ଦେଶି ବନ୍ଧୁକ ଜବତ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories