www.samajalive.in
Sunday, December 7, 2025
13.1 C
Bhubaneswar

ରାଇକିଆ ଠାରେ ଜାତୀୟ ପୋଷଣ ସପ୍ତାହ ଅବସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ଉଦଘାଟିତ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସ୍ବେଛାସେବୀ ଅନୁଷ୍ଠାନ ସ୍ବାତୀ ଓ ଓଡିଶା ମିଲେଟ ମିଶନ ତରଫରୁ ପୋଷଣ ସପ୍ତାହ,୨୦୨୧ ଅବସରରେ ଖୁଦ୍ର ଶସ୍ୟ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦର୍ଶନୀ ଗତକାଲି  ଉଦଘାଟିତ ହୋଇଯାଇଛି। ଆୟୋଜିତ କାର୍ୟ୍ୟକ୍ରମରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ସ୍ମରଣୀକା ଟୁଲୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଶୁଭାରମ୍ଭ କରିଥିଲେ। ମାଣ୍ଡିଆରୁ ବିଭିନ୍ନ ରୁଚିକର ଖାଦ୍ୟ ପ୍ରସ୍ତୁତ କରି ମନୁଷ୍ୟ ପ୍ରତିଦିନ ବ୍ୟବହାର କଲେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିବା ସଙ୍ଗେସଙ୍ଗେ ମହାମାରୀ କରୋନା ସହିତ ମଧ୍ୟ ଲଢେଇ କରିପାରିବ ବୋଲି ନିଜ ବକ୍ତବ୍ୟରେ ସୁଶ୍ରୀ ଟୁଲୁ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ଥାନୀୟ କୃଷି ଅଧିକାରୀ ଉପେନ୍ଦ୍ର ପ୍ରସାଦ ପାଢୀ ଓ ସୁଦୀତ୍ପା ପ୍ରଧାନ ଯୋଗଦେଇ ସ୍ବୟଂ ସହାୟକ ଦଳ ମାନଙ୍କର ମାଣ୍ଡିଆ ଚାଷ ଓ ବ୍ୟବହାର ଉପରେ ଥିବା ଆଗ୍ରହକୁ ପ୍ରଶଂସା କରିବା ସହିତ ଆଗକୁ କିପରି ଅଧିକ ଚାଷୀ ମାଣ୍ଡିଆ ଚାଷ କରିବାକୁ ଆଗ୍ରହ ହେବେ ସେ ଉପରେ ଗୁରୁତ୍ବ ଦେବାକୁ ଆହ୍ବାନ କରିଥିଲେ। ଉକ୍ତ ପ୍ରଦର୍ଶନୀ କାର୍ୟ୍ୟକ୍ରମରେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ ଉପସ୍ଥିତ ରହି ପ୍ରଦର୍ଶନୀରେ ଭାଗ ନେଇଥିବା ମା’ ଶାରଳା ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ,ପାଙ୍ଗାନାଜୁ, ମା’ ଭବାନୀ ସ୍ବୟଂ ସହାୟକ ଗୋଷ୍ଠୀ,କିଲାକିଆ ଗୁମାମାହା, ଅନ୍ନପୂର୍ଣ୍ଣା ସ୍ବୟଃ ସହାୟକ ଗୋଷ୍ଠୀ ,ଡିବାରୀ ସୁଗଡବାଡୀ, ଓ ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ,ବାଡାପାଙ୍ଗା ରାଇକିଆ ର ମା’ ମାନଙ୍କୁ ଖାଦ୍ୟ ଗୁଡିକ ମାଣ୍ଡିଆରୁ କିପରି ପ୍ରସ୍ତୁତ ହେଉଛି ପଚାରୀ ବୁଝିଥିବା ବେଳେ ମାଣ୍ଡିଆ ଚାଷକୁ ଅଧିକ ଆଦୃତ କରିବାକୁ ପ୍ରତିଶ୍ରୁତି  ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories