www.samajalive.in
Sunday, December 7, 2025
23.1 C
Bhubaneswar

ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ!

ଶ୍ରୀନଗର: ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି। ମଙ୍ଗଳବାର ଦିନ ନିଜେ ମୁଫତି ଏହା କହିଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ଟ୍ୱିଟ୍‍ କରି କହିଛନ୍ତି ଯେ ଶ୍ରୀନଗରରେ ତାଙ୍କୁ ଗୃହବନ୍ଦୀ କରାଯାଇଛି। ମୁଫତି ଏହା ମଧ୍ୟ କହିଛନ୍ତି ଯେ ସରକାର ଆଫଗାନ ନାଗରିକଙ୍କ ଅଧିକାରକୁ ନେଇ ଅନେକ ଚିନ୍ତିତ ଅଛନ୍ତି, କିନ୍ତୁ କାଶ୍ମୀରୀମାନଙ୍କ ଅଧିକାର ସେମାନଙ୍କୁ ଦେଉନାହାନ୍ତି। ଏକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୁଫତି ଏକ ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ପ୍ରଶାସନ ସେଠାକୁ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦିଆଯାଇଥିଲା। ତେବେ ମେହବୁବାଙ୍କ ଗୃହବନ୍ଦୀ ସମ୍ପର୍କରେ ସରକାରୀ ସ୍ତରରେ କିଛି କୁହାଯାଇନାହିଁ। ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କର ସେପ୍ଟେମ୍ବର ୧ ତାରିଖରେ ପରଲୋକ ଘଟିବା ପରେ ଜମ୍ମୁ କାଶ୍ମୀରରେ ଇଂଟରନେଟ, ମୋବାଇଲ ସେବାକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି। ସେପ୍ଟେମ୍ବର ୫ ତାରିଖରେ ମୁଫତି ଟ୍ୱିଟ୍‍ କରି କହିଥିଲେ, କାଶ୍ମୀରକୁ ସରକାର ଏକ ମୁକ୍ତାକାଶ ଜେଲରେ ପରିଣତ କରିବା ପରେ ସଂପ୍ରତି ମୃତକ ମଧ୍ୟ ସେଥିରୁ ବାଦ୍‍ ପଡୁନାହାନ୍ତି। ଏକ ପରିବାରକୁ ସେମାନଙ୍କର ଇଛାନୁଯାୟୀ ଶୋକ କରିବା ଏବଂ ଶେଷ ବିଦାୟ ଦେବାକୁ ଅନୁମତି ଦିଆଯାଉନାହିଁ। ଏହା ସରକାରଙ୍କ ନିଷ୍ଠୁର ଆଚରଣକୁ ପ୍ରତିଫଳିତ କରୁଛି। ଏହା ନୂଆ ଭାରତର ନୂଆ କାଶ୍ମୀର ବୋଲି ମୁଫତି କହିଛନ୍ତି। ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ ଇଂଟରନେଟ ସମେତ ବିଭିନ୍ନ ସ୍ଥାନରେ ଜାରି କରାଯାଇଥିବା ଅଧିକାଂଶ କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି। ଜମ୍ମୁ କାଶ୍ମୀରରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ସ୍ୱାଭାବିକ ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories