ବୟସର ଛାପ ପଡ଼ିଲେ ତ୍ବଚା ରୁକ୍ଷ ହେବା ସହ ଭାଙ୍ଗ ପଡ଼ିବା ଆରମ୍ଭ କରେ। ପାର୍ଲରର ଦାମୀ ଫେସିଆଲ୍ ପରିବର୍ତ୍ତେ ଘରୋଇ ଉପାୟରେ ଏହାର ଚର୍ଚ୍ଚା କରନ୍ତୁ। ଦିନକେଇଟାରେ ଆପଣଙ୍କ ତ୍ବଚାରେ ଏକ ନୂଆ ଚମକ ଅନୁଭବ କରିପାରିବେ।
– ଖରାଦିନେ ବଜାରରେ ଅଙ୍ଗୁରର ପସରା ଦେଖିବାକୁ ମିଳେ। ଅଙ୍ଗୁର ରସ ଦେହ ପାଇଁ ହିତକର ହୋଇଥିବାବେଳେ ତ୍ବଚାର ଯତ୍ନ ମଧ୍ୟ ଏହା ଦ୍ବାରା ନେଇହେବ। ବିଶେଷଜ୍ଞଙ୍କ ମତରେ ଉଭୟ ଅଙ୍ଗୁର ଓ ସେଓରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି। ୧୦-୧୨ଟି ଅଙ୍ଗୁର ଓ ଫାଳେ ସେଓ ନେଇ ଗ୍ରାଇଣ୍ଡିଂ କରିନେବେ। ପରେ ସେହି ପ୍ୟାକ୍କୁ ତ୍ବଚାରେ ଲଗାଇ ୩୦ ମିନିଟ୍ ପରେ ଧୋଇନେବେ। ସପ୍ତାହରେ ୨-୩ଥର ଏଇ ପ୍ୟାକ୍ ଲଗାନ୍ତୁ। ଫରକ୍ ନିଜେ ହିଁ ଜାଣିପାରିବେ।
– ଆମ୍ବ ଫଳରେ ଭିଟାମିନ୍ସ, ମିନେରାଲ୍ସ, ନ୍ୟୁଟ୍ରିସନ୍ ପର୍ଯ୍ୟାପ୍ତ ପରିମାଣରେ ଥାଏ। ଏହାର ପ୍ୟାକ୍ ମଧ୍ୟ ତ୍ବଚାର ରଙ୍ଗ ସଫା କରିବା ସହ ସନ୍-ଟ୍ୟାନ୍ ଦୂର କରେ। ଅଧ କପ୍ ଆମ୍ବ ରସରେ ମୁଲତାନି ମାଟି ଓ ବେସନ ମିଶାଇ ପ୍ୟାକ୍ ଭଳି ତ୍ବଚାରେ ଲଗାଇବେ। ପ୍ୟାକ୍ ଶୁଖିବା ପରେ ତ୍ବଚାକୁ ଭଲଭାବେ ଧୋଇନିଅନ୍ତୁ। ସପ୍ତାହକୁ ଥରୁଟିଏ ଏଇ ପ୍ୟାକ୍ ଲଗାଇଲେ ଲାଭ ମିଳେ।
ତ୍ବଚା ପାଇଁ ଫଳର ମାସ୍କ
Popular Categories



