www.samajalive.in
Thursday, December 11, 2025
13.1 C
Bhubaneswar

ଶୁକ୍ରବାର ରାଶିଫଳ ୨୧। ୦୨। ୨୦୨୦

ମେଷ: କିଛି ଧନ ହସ୍ତଗତ ହୋଇପାରେ। କର୍ମଚଞ୍ଚଳ ରହିବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ଵଭାଵର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ବୃଷ: କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ଦିନଟି ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ।
ମିଥୁନ: ବୁଝି ବିଚାରି କାର୍ଯ୍ୟ ନ କଲେ ପ୍ରମାଦଗ୍ରସ୍ତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ନ କରିବା ବୁଦ୍ଧିମାନର କାର୍ଯ୍ୟ ହେବ।
କର୍କଟ: ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ମନରେ ଅହଂଭାବ ଆସିବ।
ସିଂହ: ବଳ ପ୍ରୟୋଗ କରି ଆଗକୁ ବଢ଼ିବାକୁ ପଡ଼ିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
କନ୍ୟା: ପର ଚର୍ଚ୍ଚାରୁ ବିରତ ହେଲେ ନିଜର ମାନମର୍ଯ୍ୟାଦା ବୃଦ୍ଧି ପାଇବ। ଚଞ୍ଚଳମନା ହେବେ। ଆକସ୍ମିକ ଭାବେ ଧନଲାଭ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ପତ୍ନୀ ସୁଶୀଳା ହେବେ।
ତୁଳା: ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଆଦରି ନେଇପାରନ୍ତି। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ୍‌ ହେବେ।
ବିଛା: କାର୍ଯ୍ୟ ଆୟତ୍ତାଧୀନ ହେବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଉପୁଜି ପାରେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
ଧନୁ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ସୈନିକମାନଙ୍କ ବୀରତ୍ୱ ପ୍ରକାଶ ପାଇବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଦାମ୍ପତ୍ୟ ସୁଖ ମିଳିବ।
କୁମ୍ଭ: ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଚଞ୍ଚଳ ସ୍ବଭାବର ହେବେ। ଦିନର କିଛି ସମୟ ଏକାନ୍ତରେ ରହିବାକୁ ଇଚ୍ଛା କରିବେ। ମଧୁରଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ, ଜ୍ଞାନୀ ଓ ଦୂରଦର୍ଶୀ ହେବେ।
ମୀନ: କାହାକୁ ନ ପଚାରି ନିଜ ବୁଦ୍ଧିବଳରେ ବାଟ ଚାଲିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ରୁଚି ରହିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories