www.samajalive.in
Monday, November 17, 2025
17.1 C
Bhubaneswar

ଶୁକ୍ରବାର ରାଶିଫଳ: ଧନ ହେତୁ ଶତ୍ରୁତା ଅର୍ଜନ କରି ପାରନ୍ତି

ମେଷ: ଧନୀ ହେବେ, ମାତ୍ର କାହାରି ଅନୁଗ୍ରହରୁ କିମ୍ବା ଦାନରୁ କିମ୍ବା ଠକି-ଭଣ୍ଡିରୁ ନୁହେଁ ନିଜ ବଳାର୍ଜିତ ରୋଜଗାରରୁ ଧନୀ ହେବେ। ଚତୁଷ୍ପଦ ପ୍ରାଣୀ(ଗୋ-ମହିଷାଦି) ପାଳନରୁ ଅନ୍ନ, ପାନାଦି ସୁଖ ମିଳିବ

ବୃଷ: ସରକାରୀ ସମର୍ଥକ ହେବେ। କବି ଭାବୁକ ହେବାର ସୂଚନା ମିଳୁଛି। ଜଣେ ବ୍ରହ୍ମବତ୍‌ ଭାବେ ଜନସାଧାରଣଙ୍କର ନମସ୍ୟ ହୋଇ ପାରନ୍ତି। ଆପଣଙ୍କ ଅନବଦ୍ୟ ରଚନା ଜନହିତକର ହେବ।

- Advertisement -

ମିଥୁନ: ନିଜର ସୁଖଦା ପତ୍ନୀଙ୍କର ବି​‌େ​‌ଶଷ ସହଯୋଗରୁ ଧନ ଅର୍ଜନରେ ପାରଦର୍ଶୀ ହେବେ। ରୌପ୍ୟ, ସ୍ବର୍ଣ୍ଣାଦି କ୍ରୟ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ସାଧୁ ସନ୍ଥଙ୍କ ସେବା କରି କଲ୍ୟାଣ ଭାଜନ ହେବେ।

କର୍କଟ: ମେଧାବୀ ହେବେ। କ୍ଷୀପ୍ରରୁ କ୍ଷୀପ୍ରତର ହେବାର ଗତି ସମ୍ପନ୍ନ ହୋଇ ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସୁଲଭ ଭାବେ ସମ୍ପାଦିତ କରି ପାରନ୍ତି। ସୁକର୍ମୀ ହେବେ। ଗୁପ୍ତଧନ ପ୍ରାପ୍ତ ହେବେ। କାମୁକ ହୋଇ ପାରନ୍ତି।

ସିଂହ: ମହାବ୍ୟୟୀ ଭାବେ ବିଦିତ ହୋଇ ପାରନ୍ତି। ଧନ ଆୟ ଓ ଧନବ୍ୟୟ ସମାନ୍ତରାଳ ଗତିରେ ଚାଲିବ। ଦୁଃଖୀ, ରଙ୍କୀ, ଅସହାୟ ଓ ପୀଡ଼ିତମାନଙ୍କ କଲ୍ୟାଣାର୍ଥେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।

କନ୍ୟା: ବହୁଭାଷୀୟ ଅବଲମ୍ବନ କରି ଧନ ଆହରଣ କରିବେ। ବିନୟ ଭାବ ସମ୍ପନ୍ନ ହେବେ। ଶାସ୍ତ୍ରାଦି ପଠନ ଓ ତା’ର ସାରମର୍ମକୁ କାର୍ଯ୍ୟରେ ବିନିଯୋଗ କରି ସନ୍ତୁଷ୍ଟ ହେବେ। ଉଚ୍ଚ ସମ୍ମାନ ଲାଭ କରିବେ।

ତୁଳା: ଜଣେ ଧର୍ମାତ୍ମା ବ୍ୟକ୍ତିଭାବେ କାର୍ଯ୍ୟ କଳାପରେ ନିଜର ପରିଚୟ ସୃଷ୍ଟି କରିବେ। ଲେଖନୀ ଚାଳନା ଓ ବାଣିଜ୍ୟ କାରବାରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁଜନବ୍ୟକ୍ତି ଭାବେ ଜନସାଧାରଣଙ୍କ ଆଦର ମିଳିବ।

ବିଛା: ପୋଷଣ କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ପୀଡ଼ାରୁ ମୁକ୍ତି କରିବାକୁ ଲୋକମାନଙ୍କର ସହାୟତା କରି ଧନ୍ୟ ହେବେ। ଭାବ-ଭକ୍ତିରେ ଈଶ୍ବରଙ୍କର ଆଶ୍ରିତ ହେବେ। ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ।

ଧୁନ: କଷ୍ଟ ସହିଷ୍ଣୁ ହେବେ। ନିନ୍ଦା, ଅପମାନ ପ୍ରତି ଧ୍ୟାନ ନ ଦେଇ ବିବେକାନୁମୋଦିତ କର୍ମରେ, ବାଧା ବିଘ୍ନ ସତ୍ତ୍ବେ ଅଗ୍ରସର ହେବେ। ଅସୁସ୍ଥତା ସତ୍ତ୍ବେ ଶ୍ରମଦାନରୁ ବିରତ ହେବେନି।

ମକର: ପତ୍ନୀ ନିର୍ଭୀକ ହୋଇପାରନ୍ତି। ଗୃହର ପୁରୁଷଙ୍କ ଉପରେ ନିର୍ଭରଶୀଳ ନ ହୋଇ ଓ ଦୁଃସାହାସିକ ପଦକ୍ଷେପ ନେଇ ଆସାଧ୍ୟ ସାଧନରେ ବ୍ରତୀ ହୋଇପାରନ୍ତି। ସଂଗ୍ରାମୀ ମନୋବୃତ୍ତିରେ ସ୍ବାମୀଙ୍କ ସହାୟିକା ହେବେ।

କୁମ୍ଭ: ଧନ ହେତୁ ଶତ୍ରୁତା ଅର୍ଜନ କରି ପାରନ୍ତି। ଜଳାଶୟାଦି ଓ ଭୂମିହେତୁ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିବ। ଅବଶେ​ଷ‌ରେ ଯଦିଓ ଶତ୍ରୁ ହନ୍ତା ଯୋଗ ଅଛି; ମାତ୍ର ବିଳମ୍ବରେ ନୀତିଚ୍ୟୁତ ନ ହେଲେ ବିଭୂତିପ୍ରାପ୍ତ ହେବେ।

ମୀନ: ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଧର୍ମ ଚିନ୍ତାମଣି ହୋଇପାରନ୍ତି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଭକ୍ତି ଭାବରେ ଅନୁଗୃହୀତ ହୋଇପାରନ୍ତି। ବିଜୟ ଆଶା ଫଳବତୀ ହେବ।

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories