www.samajalive.in
Friday, December 5, 2025
23.1 C
Bhubaneswar

ପୀତବାସ ହତ୍ୟା ମାମଲା: ସାର୍ପସୁଟର କୁରୁପତି ଏବେ ବି ଫେରାର

ବ୍ରହ୍ମପୁର: ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ କୋରାପୁଟ ଜୟପୁରର ଫାର୍ମ ହାଉସ ମାଲିକ ସୁନିଲ ହୋତାଙ୍କୁ ପୁଲିସ ଗିରଫ କରିଛି। ସୁନିଲ ଗିରଫ ହେବା ପରେ ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲାର ଅଭିଯୁକ୍ତ ସଂଖ୍ୟା ୧୩ରେ ପହଞ୍ଚିଛି ା ସେହିପରି ଏହି ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଏବେ ପୁଲିସ କବ୍ଜାରେ ରହିଛି। ସୁଦର୍ଶନ ଏହି ହତ୍ୟା ପାଇଁ ଟଙ୍କା ଖର୍ଚ୍ଚ କରୁଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେହିକ୍ରମରେ ସୁଦର୍ଶନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ା

ପୁଲିସ ବୁଧବାର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ, ବିଏମ୍‌ସିର ୪୧ ନଂ ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା ା ପୀତବାସଙ୍କୁ ଗୁଳି କରିବା ପରେ ଜୟପୁର ଚାଲି ଯାଇଥିବା କୁରୁପତି ଭୂୟାଁ ଓ ଏହି ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଉମା ବିଷୋୟୀଙ୍କୁ ଫାର୍ମ ହାଉସ ମାଲିକ ସୁନିଲ ଆଶ୍ରୟ ଦେଇଥିଲେ। ଏହି ସମୟରେ ଅଭିଯୁକ୍ତ ମଳୟ ବିଷୋୟୀ ଓ ମଦନ ଦଳେଇ ନିୟମିତ ସୁନିଲଙ୍କୁ ଫୋନ କରି ଅଭିଯୁକ୍ତ ଉମା ଓ କୁରୁପତି ବିଷୟରେ ବୁଝାସୁଝା କରୁଥିଲେ। କୁରୁପତି ଓ ଉମା ହତ୍ୟା କରି ଏଠାରେ ଆଶ୍ରୟ ନେବାକୁ ଆସିଥିବା ଜାଣିଥିଲେ ମଧ୍ୟ ସୁନିଲ ସେମାନଙ୍କୁ ଆଶ୍ରୟ ଦେଇଥିଲେ। ସୁନିଲ ଓ ବିକ୍ରମଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ବିକ୍ରମଙ୍କ ବିଭିନ୍ନ ରାଲି ଓ କାର୍ଯ୍ୟକ୍ରମରେ ସୁନିଲ ଯୋଗ ଦେଉଥିଲେ ା ଏପଟେ ମଳୟ ଓ ମଦନ ଦୀର୍ଘଦିନରୁ ବିକ୍ରମଙ୍କ ପାଇଁ କାମ କରୁଥିଲେ ା ସେହିକ୍ରମରେ ଉପରୋକ୍ତ ୪ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା ା

- Advertisement -

ସେହି ଫାର୍ମ ହାଉସରେ କିଛିଦିନ ରହିବା ପରେ ଉମା ବିଷୋୟୀ ଓ ହତ୍ୟାକାରୀ କୁରୁପତି ଭୂୟାଁ କେଉଁଆଡେ ଫେରାର ହୋଇ ଯାଇଥିଲେ ା ପୁଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଆଡେ ଜାଲ ବିଛାଇଛି ା ଉଭୟଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି ା ପୀତବାସଙ୍କୁ ଗୁଳି କରି ଫେରାର ହୋଇଯାଇଥିବା କୁରୁପତି ଭୂୟାଁ ନାମରେ ଦିଗପହଣ୍ଡି ଥାନାରେ ୩ଟି ହତ୍ୟା ଉଦ୍ୟମ ମାମଲା ରହିଛି ା ଅନ୍ୟପକ୍ଷରେ ଆଜି ବିକ୍ରମ, ମଳୟ ଓ ମଦନ ନିଜ ଓକିଲଙ୍କ ଜରିଆରେ ବ୍ରହ୍ମପୁର ଏସଡିଜେଏମ ଅଦାଲତରେ ଜାମିନ ଆବେଦନ କରିଛନ୍ତି ା ପର୍ଯ୍ୟାୟକ୍ରମେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି ା ଗତକାଲିର ଗିରଫଦାରିକୁ ନେଇ ଆଜି ବିଜେଡି ପକ୍ଷରୁ ବ୍ରହ୍ମପୁର ଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ବେଳେ ବିଜେପି ପକ୍ଷରୁ ଖବରଦାତା ସମ୍ମିଳନୀରେ ଆରୋପ ପ୍ରତ୍ୟାରୋପ କରାଯାଇଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories