www.samajalive.in
Thursday, December 11, 2025
18.1 C
Bhubaneswar

ସିଦ୍ଧୁଙ୍କୁ ଝଟକା; ୮ ପରାମର୍ଶଦାତା କମିଟିରୁ ବାଦ୍ ପଡ଼ିଲେ

ଅମୃତସର: ପଞ୍ଜାବରେ କଂଗ୍ରେସ କନ୍ଦଳ ଦିନକୁ ଦିନ ସରଗରମ ହେବାରେ ଲାଗି। ଦଳର ବରିଷ୍ଠ ନେତା ନଭଜୋତ ସିଂହ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ଚାଲିଥିବା ବିବାଦ ଘନେଇବାରେ ଲାଗିଛି। ସିଦ୍ଧୁ ଗତ ଶୁକ୍ରବାର ମନ୍ତ୍ରୀପଦ ଦାୟିତ୍ଵ​‌ ନେବାକୁ ମନା କରିଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶଦାତା କମିଟିରେ ସାମିଲ କରିନାହାନ୍ତି। ଅମରିନ୍ଦର ସରକାରଙ୍କ ଯୋଜନାଗୁଡ଼ିକର ସମୀକ୍ଷା କରିବା ଲାଗି ଗଠନ କରିଥିବା ୮ଟି ପରାମର୍ଶଦାତା କମିଟିରୁ ସିଦ୍ଧୁଙ୍କୁ ବାଦ୍‌ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମକୁ ତ୍ଵରିତ୍ଵ ଭାବେ କାର୍ଯ୍ୟକାରୀ କରିବା ଲାଗି ଏହି ପରାମର୍ଶଦାତା କମିଟି ଗଠନ କରିଛନ୍ତି। କମିଟିଗୁଡ଼ିକ ୪ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଆଗାମୀ ଜୁଲାଇରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ରିପୋର୍ଟ ଉପରେ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ଯୋଜନାଗୁଡ଼ିକୁ ଅଧିକ ପ୍ରଭାବୀ କରିବା ଲାଗି ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ସହରୀ କାୟାକଳ୍ପ ଏବଂ ଦୁଧାର ସମ୍ବନ୍ଧୀୟ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏଥିରେ ସ୍ମାର୍ଟସିଟି, ଅମୃତ, ୟୁଇଆଇପି ଏବଂ ହୁଡ୍‌କୋର ଯୋଜନା ରହିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories