www.samajalive.in
Sunday, December 7, 2025
26.1 C
Bhubaneswar

ଫ୍ରେଞ୍ଚ୍‍ ଓପନ ଉପରେ ତିନି ଭାରତୀୟ କ୍ରୀଡ଼ାବିତ୍‍ଙ୍କ ନଜର

ନୂଆଦିଲ୍ଲୀ : ଆଜିଠାରୁ ଅର୍ଥାତ୍‍ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡମିଣ୍ଟନ୍‍ ପ୍ରତିଯୋଗିତା। ତେବେ ଭାରତୀୟ ବ୍ୟାଡ଼ମିଣ୍ଟନ୍‍ ତାରକା ପିଭି ସିନ୍ଧୁ, ପୂର୍ବତନ ଚମ୍ପିୟାନ୍‍ କିଦାମ୍ବୀ ଶ୍ରୀକାନ୍ତ ଓ ଡେନମାର୍କ ଓପନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସାଇନା ନେହୱାଲ ପ୍ରମୁଖ ଏବର୍ଷର ପ୍ରଥମ ବିଡବ୍ଲ୍ୟୁଏଫ ଚମ୍ପିୟାନ ପାଇଁ ଆଶାବାଦୀ ଅଛନ୍ତି।

ଭାରତୀୟ ୩କ୍ରୀଡ଼ାବିତ୍‍ଙ୍କ ମଧ୍ୟରେ ଭାରତ ତଥା ବିଶ୍ୱର ୧୦ମ କ୍ରୀଡ଼ାବିତ୍‍ ସାଇନା ନେହୱାଲ ବିଡବ୍ଲ୍ୟୁଏଫ ଚମ୍ପିୟାନସିପ୍‍ ଦୌଡ଼ରେ ଆଗରେ ଅଛନ୍ତି। କାରଣ ବର୍ତ୍ତମାନ ସୁଦ୍ଧା ତାଙ୍କର କ୍ରୀଡ଼ା ଶୈଳୀ ସମସ୍ତଙ୍କୁ ଚକିତ କରିଛି। ତେବେ ବିଡବ୍ଲ୍ୟୁଏଫ ହାସଲ କରିବା ପାଇଁ ସାଇନାଙ୍କୁ ତାଇ ଜୁ ୟିଙ୍ଗ୍‍ ଓ କୈରୋଲିନା ମାରିନଙ୍କୁ ସାମ୍ନା କରିବାକୁ ପଡ଼ିବ।

- Advertisement -

ସେହିପରି ଡେନମାର୍କ ଓପନରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିବା କିଦାମ୍ବୀ ଶ୍ରୀକାନ୍ତଙ୍କୁ ପୁନର୍ବାର ଏଠାରେ କେଣ୍ଟୋ ମୋମୋଟାଙ୍କୁ ସାମ୍ନା କରିବାକୁ ପଡ଼ିବ। ଶ୍ରୀକାନ୍ତଙ୍କ ପାଇଁ ମୋମୋଟା ସର୍ବଦା ପ୍ରତିବନ୍ଧକ ସାଜିଛନ୍ତି।

ଏପଟେ ଦୁନିଆର ତୃତୀୟ ନମ୍ବର କ୍ରୀଡ଼ାବିତ୍‍ ପିଭି ସିନ୍ଧୁଙ୍କୁ ପଦବୀ ହାସଲ ପାଇଁ ବିରୋଧୀ କ୍ରୀଡ଼ାବିତ୍‍ ତଥା ୧୧ତମ ର‍୍ୟାଙ୍କରେ ଥିବା ବେଇୱାନ୍‍ ଝାଙ୍ଗ୍‍ଙ୍କୁ ସାମ୍ନା କରିବାକୁ ପଡ଼ିବ। ଝାଙ୍ଗ୍‍ ସେହି କ୍ରୀଡ଼ାବିତ୍‍ ଯିଏ ବିଗତ ସପ୍ତାହରେ ହିଁ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ୩ ପ୍ରମୁଖ ଖେଳାଳୀଙ୍କ କ୍ୟାରିୟର ପାଇଁ ବିଡବ୍ଲ୍ୟୁଏଫ ଚମ୍ପିୟାନସିପ୍‍ ଏକ ମାଇଲଖୁଣ୍ଟ ପାଲଟି ଯାଇଛି। ଭାରତୀୟ କ୍ରୀଡ଼ାପ୍ରେମୀ ଫ୍ରେଞ୍ଚ ଓପନ୍‍ ଚମ୍ପିୟାନସିପ୍‍ ପାଇଁ ଭାରତୀୟ ୩ତାରକାଙ୍କୁ ନେଇ ଆଶାବାଦୀ ଅଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories