www.samajalive.in
Monday, December 8, 2025
13.1 C
Bhubaneswar

ବାସଭବନ ଛାଡ଼ିଲେ ପୂର୍ବତନ ଉପରାଷ୍ଟ୍ରପତି ଧନଖଡ଼, ଅଭୟ ଚୌତାଲାଙ୍କ ଫାର୍ମ ହାଉସରେ ରହିବେ

ସମାଜ ଡିଜିଟାଲ ଡେସ୍କ: ଇସ୍ତଫା ଦେବାର ୪୨ ଦିନ ପରେ ସରକାରୀ ବାସଭବନ ଛାଡ଼ିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ବର୍ତ୍ତମାନ ସେ ଦିଲ୍ଲୀର ଛତରପୁରରେ ଥିବା ଏକ ଘରୋଇ ଫାର୍ମହାଉସକୁ ସ୍ଥାନାନ୍ତର ହୋଇଛନ୍ତି। ୬ ସପ୍ତାହ ପୂର୍ବେ ମୌସୁମି ଅଧିବେସନର ପ୍ରଥମ ଦିବସରେ ସେ ଇସ୍ତଫା ଦେଇ ସମସ୍ତଙ୍କୁ ଚକ୍କିତ କରିଥିଲେ। ଇସ୍ତଫା ଦେବା ପଛର କାରଣ ସ୍ଵାସ୍ଥ୍ୟଗତ ସମସ୍ୟା ବୋଲି ସେ ଦର୍ଶାଇଥିଲେ। ବର୍ତ୍ତମାନ ସେ ଯେଉଁ ଘରୋଇ ଫାର୍ମ ହାଉସକୁ ସ୍ଥାନାନ୍ତର ହୋଇଛନ୍ତି ତାହା ଇଣ୍ଡିଆନ ନ୍ୟାସନାଲ ଲୋକଦଳର ନେତା ଅଭୟ ଚୌତାଲାଙ୍କର।

ଧନଖଡ଼ ବର୍ତ୍ତମାନ ଅଭୟଙ୍କ ଫାର୍ମହାଉସରେ ରହିବେ। ତାଙ୍କ ପାଇଁ ଟାଇପ-୩ ସରକାରୀ ବାସଭବନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ନ ହେବା ଯାଏ ସେ ଏଠାରେ ରହିବେ। ଧନଖଡ଼ଙ୍କୁ ୩୪ ଏପିଜେ ଅବଦୁଲ କଲାମ ରୋଡ ବଙ୍ଗଳା ଆବଣ୍ଟିତ ହୋଇଛି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories