www.samajalive.in
Saturday, December 6, 2025
26.1 C
Bhubaneswar

ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା

ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଦଣ୍ଡ ଭୋଗି ଶୁକ୍ରବାର ଦିଲ୍ଲୀ ତିହାର ଜେଲରୁ ମୁକୁଳିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଷ୍ଚ୍ରୀୟ ଲୋକ ଦଳର ପ୍ରମୁଖ ନେତା ଓମ୍ ପ୍ରକାଶ ଚୌଟାଲା। ଦଣ୍ଡର ଅବଧି ଶେଷ ହେବା ପରେ ଓମ ପ୍ରକାଶ ଚୌଟାଲା ଜେଲରୁ ବାହାରକୁ ଆସିଥିବା ଜେଲ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଓମ୍ ପ୍ରକାଶ ଚୌଟାଲା ୨୦୧୩ ମସିହାରେ ଜେବିଟି ନିଯୁକ୍ତି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୨୦୨୦ ମାର୍ଚ୍ଚ ୨୬ରୁ କୋଭିଡ-୧୯ ପ୍ୟାରୋଲରେ ଜେଲରୁ ବାହାରେ ଥିଲେ ଓମ୍ ପ୍ରକାଶ। ୨୦୨୧ ଫେବ୍ରୁଆରି ୨୧ରେ ତାଙ୍କୁ ଆତ୍ମସର୍ମପଣ କରିବାର ଥିଲା। କିନ୍ତୁ ହାଇକୋର୍ଟ ପ୍ୟାରୋଲର ଅବଧିକୁ ବୃଦ୍ଧି କରି ଦେଇଥିଲେ। ଏହାପରେ ଆଜି ୯.୩୦ରେ ଓମ୍ ପ୍ରକାଶ ତିହାର ଜେଲ ପହଞ୍ଚିଥିଲେ। ସେଠାରେ ତାଙ୍କର ଜେଲରୁ ମୁକୁଳିବାର କାଗଜ ପତ୍ର କାମର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ସେ ଜେଲରୁ ବାହାରକୁ ଆସିଥିଲେ। ଏହି ସମୟରେ ତାଙ୍କ ନାତି କର୍ଣ୍ଣ ଚୌତାଲ ତାଙ୍କ ସହ ଉପସ୍ଥିତ ଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories