ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲାର ବରିଷ୍ଟ ରାଜନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ଚାନ୍ଦଙ୍କ ନର୍ଲା ବାସଭବନରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ସମୟଧରି ଅସୁସ୍ଥତା କାରଣରୁ ସେ ଶଯ୍ୟାଶାୟୀ ଥିଲେ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି।
ଦୀର୍ଘ ଦଶନ୍ଧି ଧରି ଜିଲ୍ଲା ରାଜନୀତିରେ ସକ୍ରିୟ ରହିଥିବା ଚାନ୍ଦ ବିଭିନ୍ନ ରାଜନୈତିକ ଦଳର ନେତୃତ୍ବ ନେଇ ଉଲ୍ଲେଖନୀୟ ଅବଦାନ ଦେଇ ଆସିଥିବା ଯୋଗୁଁ ତାଙ୍କର ଦେହାନ୍ତରେ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ସେ ବିଜୁ ବାବୁଙ୍କର ଅତ୍ୟନ୍ତ ନିକଟତର ଥିଲେ ।



