www.samajalive.in
Thursday, December 11, 2025
13.1 C
Bhubaneswar

ଜାମ୍ମୁ କାଶ୍ମୀର ଲୋକଙ୍କ ସହ କଥାହେଲେ ବିଦେଶୀ ରାଷ୍ଟ୍ରଦୂତ ଦଳ

ଜାମ୍ମୁ: ୧୫ ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କର ଏକ ଦଳ ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ଜାମ୍ମୁ କାଶ୍ମୀର ଗସ୍ତ କରି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଓ ପ୍ରତିନିଧିମାନଙ୍କ ସହ ଜାମ୍ମୁଠାରେ କଥାବାର୍ତ୍ତା କରିଛନ୍ତି। ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ମୁଖ୍ୟ ସଚିବ ବି.ଭି.ଆର୍‍. ସୁବ୍ରମଣ୍ୟନ ଓ ପୁଲିସ୍‍ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ନେତୃତ୍ୱରେ ଏକ ଦଳ ରାଜ୍ୟର ନିରାପତ୍ତା ପରିସ୍ଥିତି ଓ ସେହି ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଛନ୍ତି। ବିଦେଶୀ ରାଷ୍ଟ୍ରଦୂତମାନେ ଗିରଫ୍‍ ହୋଇଥିବା ଲୋକ, ଇଣ୍ଟରନେଟ୍‍ ସେବା ବାତିଲ ଓ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ସମ୍ବନ୍ଧରେ ପଚାରିଥିବା ପ୍ରଶ୍ନଗୁଡ଼ିକର ସେମାନେ ଉତ୍ତର ଦେଇଛନ୍ତି।

ଧାରା ୩୭୦ର ଉଚ୍ଛେଦ ପରବର୍ତ୍ତୀ ସମୟରେ କୌଣସି ବ୍ୟକ୍ତି ମୃତ୍ୟୁ ବରଣ କରିନଥିବାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବିଶେୀ ରାଷ୍ଟ୍ରଦୂତମାନଙ୍କୁ ଜଣାଇଛନ୍ତି। ପରିସ୍ଥିତିର ମୁକାବିଲା ସମୟରେ ଏହା ପୁଲିସ୍‍ ଓ ପ୍ରଶାସନ କାର୍ଯ୍ୟଦକ୍ଷତାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି ସେମାନେ କହିଛନ୍ତି। ଆର୍ଥିକ କମିଶନର ଅତୁଲ ଡୁଲୁ ଜାମ୍ମୁ କାଶ୍ମୀରର ଲୋକମାନଙ୍କୁ ଠିକ୍‍ ସମୟରେ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଜରାଇଛନ୍ତି।

- Advertisement -

ପରେ ପଶ୍ଚିମ ପାକିସ୍ତାନର ଶରଣାର୍ଥୀ, ଜାମ୍ମୁକାଶ୍ମୀର ଗୁଜ୍ଜର ମିଳିତ ସାମ୍ମୁଖ୍ୟ ପାକିସ୍ତାନ ଅଧିକୃତ କାଶ୍ମୀର ଶରଣାର୍ଥୀ, ବାଲ୍ମିକୀ ସମାଜ ଏବଂ ଓକିଲମାନଙ୍କ ସହ ବିଦେଶୀ ରାଷ୍ଟ୍ରଦୂତମାନେ ବାର୍ତ୍ତାଳାପ କରିଛନ୍ତି। ପ୍ରତିନିଧି ଦଳର ଅଧିକାଂଶ ସଦସ୍ୟ ଧାରା ୩୭୦ର ଉଚ୍ଛେଦକୁ ସ୍ୱାଗତ କରି ଏହା ଜାମ୍ମୁ କାଶ୍ମୀରବାସୀଙ୍କ ପାଇଁ ମଙ୍ଗଳକାରୀ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦଳ କାଶ୍ମୀରୀ ସ୍ଥାନାନ୍ତରିତ ଲୋକମାନଙ୍କ ଶିବିରକୁ ମଧ୍ୟ ଗସ୍ତ କରିଛନ୍ତି। ସେହି ଶିବିର ଜଗତିଠାରେ ସ୍ଥାପନ କରାଯାଇଛି ଓ ଏହା ହେଉଛି କାଶ୍ମୀରୀ ସ୍ଥାନଚ୍ୟୁତ ଲୋକମାନଙ୍କର ସର୍ବବୃହତ ଶିବିର।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories