www.samajalive.in
Monday, December 8, 2025
13.1 C
Bhubaneswar

ଏନ୍ଏସି ପକ୍ଷରୁ ଜବର ଦଖଲ ଉଚ୍ଛେଦ; ଦୋକାନ ସମ୍ମୁଖରେ ଅଳିଆ ପଡ଼ିଥିବାରୁ ୧୦ ଦିନ ଯାଏଁ ସିଲ୍

ଗୋପାଳପୁର : ଶନିବାର ଅପରାହ୍ନରେ ଏନ୍‌ଏସି ପକ୍ଷରୁ ଗୋପାଳପୁର ଓବରାଇ ଛକ ଠାରେ ଜବର ଦଖଲ କରି ଗଢି ଊଠିଥିବା ଦୋକାନ ଗୃହ ଉଚ୍ଛେଦ କରାଯିବା ସହ ମହୁଲି ଦେଶୀମଦ ଶାଖା ଦୋକାନ ସମ୍ମୁଖରେ ଅଳିଆ ପଡ଼ିଥିବା ନେଇ ଦୋକାନକୁ ସିଲ୍ କରାଯାଇଛି। ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍‌ଏସି ପ୍ରଶାସନ ଅଧିକାରୀ ଭୀ. କୀର୍ତ୍ତି ଭାସନ୍‌ଙ୍କ ଉପସ୍ଥିତିରେ ଓବରାଇ ଛକ ଠାରେ ନୂତନ ଭାବେ ନିର୍ମିତ ହେଉଥିବା ଅଗଂନବାଡି କେନ୍ଦ୍ର ଚାରିପଟେ କେତେକ ଜବରଦଖଲକାରୀଙ୍କ ଘର ସହ ଦୋକାନ ଗୃହକୁ ଉଚ୍ଛେଦ କରାଯାଇଥିଲା। ଏହା ପରେ ଉପଜିଲ୍ଲାପାଳ ବିଭିନ୍ନ ଓ୍ବାର୍ଡ ଅନ୍ତର୍ଗତ ସାହି ଗୁଡିକ ବୁଲିବା ରାସ୍ତା ଓ ଡ୍ରେନ ବୁଲି ଦେଖିବା ସହ ସରକାରୀ ଜମି ଉପରେ ଜବରଦଖଲରେ ଥିବା ସ୍ଥାନକୁ ଚିହ୍ନଟ କରିଥିଲେ। ଏହି ସମୟରେ ୱାର୍ଡ ନମ୍ବର ୩ରେ ଥିବା ଦେଶୀ ମହୁଲି ମଦ ଶାଖା କେନ୍ଦ୍ର ପରିସରରେ ମଦ ବିକ୍ରି ସମୟରେ ସାମାଜିକ ଦୂରତା ଅବଲମ୍ବନ ନ କରିବା ସହ ଦୋକାନ ସମ୍ମୁଖରେ ଅଳିଆ ପଡିଥିବା ଅଭିଯୋଗରେ ଦୋକାନକୁ ଆସନ୍ତା ୧୦ ଦିନ ପାଇଁ ସିଲ୍ କରିବା ସହ ଫାଇନ ଆଦାୟ ନିମନ୍ତେ ଏନ୍‌ଏସି କୁ ନିର୍ଦ୍ଦେଶ ଦେଇଥିଲେ। ଘରର ଦୂଷିତ ପାଣିକୁ ରାସ୍ତାକୁ ନ ଛାଡ଼ିବାକୁ ସ୍ଥାନୀୟ ଲୋକଙ୍କୁ ବାରଣ କରିଥିଲେ। ଉଚ୍ଛେଦ ବେଳେ ଉପଜିଲ୍ଲାପାଳଙ୍କ ସମେତ  ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୂଜୁରୁ, ଏନ୍ ଏ ସି ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ, ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ବିଷୋୟୀ, ଅମିନ ପ୍ରିୟ ରଞ୍ଜନ ରାଉତ, ଜେଇ ମଞ୍ଜିତା ରଥ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories