www.samajalive.in
Friday, December 12, 2025
14.1 C
Bhubaneswar

ଛାତ୍ରୀମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା 

ପାଟଣା : କେନ୍ଦୁଝର ଜିଲା  ପାଟଣା ବ୍ଲକ ସ୍ଥିତ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶନିବାର ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ଏଇଆଇଏନର ସହଯୋଗରେ ପାଟଣା ଓ ଘଟଗାଁ ବ୍ଲକର ୬ଟି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ  ପାଟଣା ବ୍ଲକର  କେନ୍ଦେଇପଶି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଜଡିଚାତର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ପଲାଣଘାଟି ଉଚ୍ଚ ବିଦ୍ୟାଳୟ, ବଣମହୁଲଡିହାର ସୁନାମୁଖୀ ଉଚ୍ଚ ବିଦ୍ୟାଳୟ ଏବଂ  ଘଟଗାଁ ବ୍ଲକର ବଡଜାମୁପଶିର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟମାନଙ୍କ ମଧ୍ୟରେ “ଖେଳିବା ଓ ବଢିବା” ଶୀର୍ଷକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଖେଳ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ସହିତ ଶାରୀରିକ ଏବଂ ମାନସିକ ସୁସ୍ଥତା ତଥା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସର ବୃଦ୍ଧି ପାଇଁ ପିକକ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି ।

କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ତଥା ବ୍ୟଙ୍ଗ କବି ପ୍ରୀତିକାନ୍ତ ପଣ୍ଡା ଓରଫ ଡକ୍ଟର କୁଳାଙ୍ଗାର ଉଦଘାଟନ କରିଥିବାବେଳେ  ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ  ସାମ୍ବାଦିକ ନୃସିଂହ  ନାଥ ସିଂହ, ସାମ୍ବାଦିକ ସନ୍ତୋଷ କୁମାର ପତି ଓ ବିଜୟ କୁମାର କାରୁଆ , ମୁରୁସୁଆଁ ପଞ୍ଚାୟତର ସରପଞ୍ଚ ହରି ଶଙ୍କର ଦେହୁରୀ,ସମିତି ସଭ୍ୟ ସୁଶୀଲ କୁମାର ସାହୁ  ମୁରୁସୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ଵର ମହନ୍ତ, ଖେଳ  ଶିକ୍ଷକ ରଞ୍ଜନ କୁମାର ସାହୁ ଓ ଶିକ୍ଷୟତ୍ରୀ ପିଙ୍କି ମୁଣ୍ଡାରୀ, ଅବସରପ୍ରାପ୍ତ ଖେଳ  ଶିକ୍ଷକ ରବୀନ୍ଦ୍ରନାଥ ସାହୁ, ପ୍ରମୁଖ ଯୋଗଦେଇ ପିକକର ଏହି ଉଦ୍ୟମକୁ ବହୁ ପ୍ରସଂଶା କରିଥିଲେ । ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, କାର୍ଯ୍ୟକ୍ରମ ପରିଚାଳକ ଜ୍ଯୋତିଶଙ୍କର ମହାନ୍ତି ମଧ୍ୟ ଏଠାରେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ  ପାଟଣା ବ୍ଲକ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ  ଯୋଗଦେଇ ଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ  ପ୍ରଦାନ କରି ଉତ୍ସାହିତ କରିଥିଲେ ।

- Advertisement -

ପିକକର କେନ୍ଦୁଝର ଜିଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିବାବେଳେ  ଏହି ଅବସରରେ ପାର୍ଶ୍ୱ  କାର୍ଯ୍ୟକ୍ରମରେ  ପ୍ରତିଯୋଗୀମାନଙ୍କୁ ଲିଙ୍ଗ ସମାନତା ଓ ନେତୃତ୍ଵର ବିକାଶ ସମ୍ବନ୍ଧିୟ ତାଲିମ ପ୍ରଦାନ କରଯାଇଥିଲା । ଉପମା ମହାନ୍ତି, ମାନସୀ ଦାଶ ପ୍ରମୁଖ ଏହି ତାଲିମ କର୍ମଶାଳାର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୯୦ରୁ ଉର୍ଦ୍ଧ ଛାତ୍ରୀ ଭାଗନେଇଥିଲେ । ଫୁଟବଲ  ପ୍ରତିଯୋଗିତାକୁ ରେଫରି ଭାବରେ ଲମ୍ବୋଧର ମହାନ୍ତ ଓ ସନ୍ତୋଷ ମହାକୁଡ ଖେଳର ପରିଚାଳନା କରିଥିବା ବେଳେ  ଭାଷ୍ୟକାର ଅରୁଣ କୁମାର ମହାନ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ  ପିକକ୍ ର ଝସକେତନ ମହାନ୍ତ , ପୂଜା ପଣ୍ଡା , ଦ୍ରୌପଦୀ ବେଜ୍ , ଗୋବିନ୍ଦ ମୁଣ୍ଡା, ପରୀକ୍ଷିତ ସେଠୀ, ସୋନାଲୀ ନାୟକ, ମେଘମାଳା ମହାନ୍ତ, ସୁଚିତ୍ରା ମହାନ୍ତ, ପ୍ରଭାତ ମୁଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories