www.samajalive.in
Monday, December 8, 2025
13.1 C
Bhubaneswar

ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ,  ଅଡିଓ -ଭିଜୁଆଲ ଟେକ୍ନିସିଆନରେ ଦକ୍ଷତା ବୃଦ୍ଧିକୁ ଗୁରୁତ୍ବ

ଭୁବନେଶ୍ବର : ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଡିଓ-ଭିଜୁଆଲ ଟେକ୍ନିସିଆନ (ଏଭିଟି) କର୍ମବିଦ୍ୟା ସମ୍ପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଦକ୍ଷତା ବୃଦ୍ଧି, ବୃତ୍ତିଗତ ତଥା କାର୍ଯ୍ୟ ପରିସରଭୁକ୍ତ କୌଶଳ ବୃଦ୍ଧି ନିମନ୍ତେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ସ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ରେ ଏହାର ଶୁଭାରମ୍ଭ ହୋଇଯାଇଛି। ଏହି ପ୍ରଶିକ୍ଷଣରେ ଖୋର୍ଦ୍ଧା, ଅନୁଗୁଳ ଓ କେନ୍ଦ୍ରାପଡା ଜିଲ୍ଲାର ୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ତିଲୋତ୍ତମା ସେନାପତି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟକୁ ଆଲୋକପାତ କରିଥିଲେ। ସେ କହିଛନ୍ତି, ଭାରତ ସରକାରଙ୍କ କୁଶଳୀ ଭାରତ ଗଢିବାର ପ୍ରୟାସ ଓ ନୂତନ ଶିକ୍ଷାନୀତି ୨୦୨୦ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଉଭୟ ବିଷୟ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି କରାଇବା ବର୍ତ୍ତମାନ ଶିକ୍ଷାନୀତିର ମୂଳ ମନ୍ତ୍ର। ଛାତ୍ରୀଛାତ୍ରୀମାନେ ଅଭ୍ୟାସ ଦ୍ୱାରା ଦକ୍ଷତା ହାସଲ କରି ଜୀବିକା ନିର୍ବାହ କରିପାରିବେ।

- Advertisement -

ଅନ୍ୟପକ୍ଷେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ୍ ଆର୍. ଆୟାର ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷାର ପ୍ରାଧ୍ୟାନ୍ୟ ଓ ପରିବର୍ତ୍ତନ କିପରି ଆମ ଯୁବପିଢିଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ ସେ ନେଇ ଆଲୋଚନା କରିବା ସହ ପ୍ରଶିକ୍ଷଣ ସମୟରେ ନିଜର ଦକ୍ଷତା ବୃଦ୍ଧି ପାଇଁ ଦିଗଦର୍ଶନ ଦେଇଥିଲେ। ସିଟିଟିସିର ସିନିୟର୍ ମ୍ୟାନେଜର ଡ଼ କେ.ଏମ. ରାଜନ୍ ଆୟୋଜିତ ପ୍ରଶିକ୍ଷଣ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ପାଇଁ ବ୍ୟବସ୍ଥିତ କୌଶଳ ଭିତ୍ତିକ ପ୍ରଶିକ୍ଷଣ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଶ୍ରୀ ଦେବାଶିଷ ଦେଓ ପରିଚାଳନା କରିଥିଲା ବେଳେ ସିନିୟର ମ୍ୟାନେଜର ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories