www.samajalive.in
Wednesday, December 10, 2025
18.1 C
Bhubaneswar

ଏସବୁର ଅତ୍ୟଧିକ ସେବନ ସୃଷ୍ଟି କରେ ଅନେକ ତ୍ବଚା ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ ଖାଦ୍ୟ ଅନୁସାରେ ଶରୀର ଗଢି ଉଠିଥାଏ। ଖାଦ୍ୟରେ ଅଭାବ ବା କୌଣସି ବ୍ୟତିକ୍ରମରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ସେହିପରି ତ୍ୱଚାର ସୁନ୍ଦରତା ବା ଅସୁନ୍ଦରତା ମଧ୍ୟ ଖାଦ୍ୟ ଉପରେ ହିଁ ନିର୍ଭର କରିଥାଏ। ଖାଇବା ଅଭ୍ୟାସ ଅନୁସାରେ ହିଁ ତ୍ୱଚାର ଅବସ୍ଥା ନିର୍ଭର କରେ। ଖାଦ୍ୟରେ ଏପଟ ସେପଟ ହେଲେ ତ୍ୱଚାରେ ବ୍ରଣ, କଳାଦାଗ ଆଦି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ବିଶେଷ କରି ଏପରି କିଛି ଖାଦ୍ୟ ଅଛି ଯାହାକୁ ଅଧିକ ପରିମାଣରେ ଖାଇଲେ ତ୍ବଚାରେ ବିଭିନ୍ନ ସମସ୍ୟା ଦେଖା ଦେବା ସହ ତ୍ବଚାର ଉଜ୍ବଳତା କମି ଯାଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ, ଯାହା ଆମ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ –

– ଅତ୍ୟଧିକ ପରିମାଣର କ୍ଷୀର, ଛେନା, ଦହି କିମ୍ବା କୌଣସି ପ୍ରକାରର କ୍ଷୀର ଜାତୀୟ ଖାଦ୍ୟ ତ୍ୱଚା ପାଇଁ ଭଲ ହୋଇନଥାଏ। ହେଲେ ଏଥିରୁ ଭରପୁର ମାତ୍ରାରେ ପ୍ରୋଟିନ୍ ମିଳିଥାଏ, ତେଣୁ ଏହାକୁ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେବା ମଧ୍ୟ ଠିକ୍ ନୁହେଁ। ତେଣୁ ଉଚିତ ପରିମାଣର ଖାଇବା ଉଚିତ।
– ମଟର, ଚଣା, ସୋୟାବିନ୍ କିମ୍ବା କୌଣସି ଡାଲି ଜାତୀୟ ଖାଦ୍ୟ ମଧ୍ୟ ପ୍ରଚୁର ମାତ୍ରାରେ ଖାଇବା ତ୍ୱଚା ପକ୍ଷେ ଭଲ ହୋଇନଥାଏ। ଏହାକୁ ବେଶି ଖାଇଲେ ଗ୍ୟାସ୍ ହେବାର ସମ୍ବାବନା ରହିଛି। ଗ୍ୟାସ୍ ହେଲେ ତ୍ୱାଚା ରୁକ୍ଷ ହେବା ସହ ବ୍ରଣ ଆଦି ସମସ୍ୟା ଦେଖାଦିଏ।
– ଶସ୍ତା ତେଲରେ ରୋଷେଇ କରି ଖାଇଲେ ତାହା ତ୍ୱଚାକୁ ପ୍ରଭାବିତ କରିଥାଏ। ଏହାଦ୍ବାରା ତ୍ୱଚାର ଗୁଣବତ୍ତା ହ୍ରାସ ପାଇ ମୁହଁରେ ବାର୍ଦ୍ଧକ୍ୟପଣର ଛାପ ଦେଖାଯାଏ।
– କ୍ୟାଫିନ୍ ଥିବା ଖାଦ୍ୟ ପାନୀୟ ମଧ୍ୟ ତ୍ୱଚା ପାଇଁ ଭଲ ନୁହେଁ। ହେଲେ ଚା’ କିମ୍ବା କଫି ଆପଣ ପ୍ରତିଦିନ ନିଶ୍ଚୟ ସେବନ କରୁଥିବେ, ଯାହା ତ୍ୱଚା ପାଇଁ ଆଦୌ ଭଲ ନୁହେଁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories