www.samajalive.in
Monday, December 8, 2025
24.1 C
Bhubaneswar

ଏସିଡିଟିରୁ ମୁକ୍ତି ପାଇଁ ସେବନ କରନ୍ତୁ ତୁଳସୀପତ୍ର,ଲବଙ୍ଗ

ଅଧିକ ପରିମାଣରେ ଖାଦ୍ୟ ଖାଇ ହେଉ କିମ୍ବା କେତେକ ଖାଦ୍ୟ ଖାଇବା ଦ୍ୱାରା ସ୍ୱତଃ ଏସିଡ଼ିଟି ସୃଷ୍ଟି ହୋଇଥାଏ। ଆଜିକାଲି ଏସିଡ଼ିଟି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ ଲୋକେ ବିଭିନ୍ନ ପ୍ରକାରର ଔଷଧର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାକୁ ଦୂର କରି ପାରିବା। ଜାଣନ୍ତୁ ………
ଲବଙ୍ଗ –
ଲବଙ୍ଗରେ ବହୁ ଆୟୁବୈଦିକ ଗୁଣ ରହିଛି। ଯାହା ଏସିଡ଼ିଟିକୁ ଦୂର କରିବା ପାଇଁ ଲାଭଦାୟକ ଅଟେ। ନିଜ ଖାଦ୍ୟ ସହ ପ୍ରତିଦିନ ଲବଙ୍ଗର ବ୍ୟବହାର କରନ୍ତୁ। ଏହା ଏସିଡ଼ିଟି ଦୂର କରେ ଓ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସାହାଯ୍ୟ କରେ।
ତୁଳସୀ ପତ୍ର-
ତୁଳସୀ ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହା ଏସିଡ଼ିଟି ମଧ୍ୟ ଦୂର କରିଥାଏ। ଏକ ଗ୍ଲାସ ପାଣିରେ କିଛି ତୁଳସୀ ପତ୍ରକୁ ୨ଘଣ୍ଟା ଭିଜାଇ ପିଅନ୍ତୁ। ଏହାକୁ ପ୍ରତି ଦୁଇ ଦିନକୁ ଥରେ ପିଇବା ଦ୍ୱାରା ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
ଜିରା –
ଜିରା ଏସିଡ଼ିଟି ଦୂର କରିବା ସହ ପେଟ ଜନିତ ସମସ୍ତ ସମସ୍ୟା ଦୂର କରେ। ନିୟମିତ ଜିରାକୁ ଅଳ୍ପ ଉଷୁମ ପାଣିରେ ଫୁଟାଇ ଏହାକୁ ପିଅନ୍ତୁ। ଏହା ଖୁବ ଲାଭଦାୟକ ଅଟେ।
ଡ଼ାଲଚିନି –
ଡ଼ାଲଚିନିକୁ ପାଣିରେ ଅଳ୍ପ କିଛି ସମୟ ଫୁଟାଇବା ପରେ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ। ଏହା ଦ୍ୱାରା ଏସିଡ଼ିଟି ଦୂର ହେବା ସହ ଖାଦ଼୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଦହି –
ବହୁ ଲୋକଙ୍କର ଯେକୌଣସି ଖାଦ୍ୟ ଖାଇଲେ ମଧ୍ୟ ଏସିଡ଼ିଟି ହୋଇଥାଏ। ସେମାନେ ନିୟମିତ ଦହି ଖାଇବା ଦ୍ୱାରା ଏହି ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories