www.samajalive.in
Sunday, December 14, 2025
26.1 C
Bhubaneswar

ବିଦେଶୀ ଫଳ ଓ ଖାଦ୍ୟପାନୀୟର ଆବଶ୍ୟକତା ନାହିଁ

ଦିଲ୍ଲୀ ଖାଦ୍ୟ ବିଶେଷଜ୍ଞ ଦଳ ନିକଟରେ ପ୍ରକାଶ କରିଛନ୍ତି ବର୍ତ୍ତମାନ ମଧ୍ୟବିତ୍ତ ଓ ଉଚ୍ଚ ବର୍ଗର ଲୋକଙ୍କ ଏକ ଧାରଣା ହୋଇଛି ଯେ ବିଦେଶରୁ ଆସୁଥିବା ପ୍ୟାକେଟ୍ ଫଳ ଓ ଖାଦ୍ୟ-ପାନୀୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକର। କାଲିଫର୍ଣ୍ଣିଆରୁ ଆସୁଥିବା ସେଓ, ଅଷ୍ଟ୍ରେଲିଆରୁ ଆସୁଥିବା କମଳା, ନ୍ୟୁୟର୍କର ଆଭକାଡୋ, କିୱି ଫଳ ଇତ୍ୟାଦି ନିଶ୍ଚୟ ଉତ୍ତମ ମାନର ହୋଇଥିବ, ଏଥିରେ ସନ୍ଦେହ ନାହିଁ। ତେବେ ବିଦେଶରୁ ପ୍ୟାକିଂ ହୋଇ ଆସି ଭାରତୀୟ ବଜାରରେ ପହଞ୍ଚିବାବେଳକୁ ଏହାର ସତେଜତା ଆଉ ଥାଏ କେଉଁଠି? ଏ ଧାରଣା ମଧ୍ୟ ସମ୍ପୂର୍ଣ୍ଣ ଭୁଲ ଯେ କେବଳ ବିଦେଶୀ ଫଳରେ ପ୍ରଚୁର ପୋଷକତତ୍ତ୍ବ ଭରି ରହିଛି ଓ ଆମ ଦେଶୀ ଫଳରେ କିଛି ନାହିଁ। ଦେଶୀ ଫଳ କଦଳୀ, ଆତ, ଆମ୍ବ ଖାଇ ମଧ୍ୟ ଆମ ଭାରତୀୟ ଲୋକେ ସୁସ୍ଥ ରହିପାରିବା। ବିଦେଶ ରହଣି ସମୟରେ ସେଠା ଖାଦ୍ୟକୁ ଯେପରି ଆପଣେଇ ନେଉଛନ୍ତି, ଠିକ୍ ସେହିପରି ଦେଶୀ ଫଳକୁ ମଧ୍ୟ ଖାଇ ସୁସ୍ଥ ରୁହନ୍ତୁ ବୋଲି ବିଶେଷଜ୍ଞଙ୍କ ମତ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories