www.samajalive.in
Monday, December 8, 2025
24.1 C
Bhubaneswar

ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟା,ବରୀ ଓ ରସୁଲପୁର ବ୍ଲକରେ ୧୨ଟି ଘାଇ ; ହଜାର ହଜାର ଲୋକ ଜଳବନ୍ଦୀ

ଯାଜପୁର : ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା। ଫଳରେ ଯାଜପୁର ଜିଲ୍ଲାର ବରୀ, ରସୁଲପୁର, ଧର୍ମଶାଳା, ବଡଚଣା, ବିଂଝାରପୁର ବ୍ଲକ ପ୍ରଭାବିତ ହୋଇଛି। ବିଶେଷ ଭାବେ ଓ ରସୁଲପୁର ବ୍ଲକର ପାଖାପାଖି ୧୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ବରୀ ବ୍ଲକର ୮ଟି ସ୍ଥାନରେ ଓ ରସୁଲପୁର ବ୍ଲକର ୪ଟି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଗାଁରେ ପାଣି ପଶିଯିବାରୁ ଅନେକ ଲୋକେ ଗୃହପାଳିତ ପଶୁଙ୍କୁ ଧରି ନଦୀବନ୍ଧ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ସେମାନଙ୍କ ନିକଟରେ ପ୍ରଶାସନିକ ସହାୟତା ପହଞ୍ଚିନଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ରସୁଲପୁର ବ୍ଲକର ବନ୍ଧଢିହ ପଞ୍ଚାୟତ ସାହାପଡା ଠାରେ ଘାଇ ସୃଷ୍ଟି ହେବା ଫଳରେ ଏକ ଦୁଇ ମହଲା କୋଠା ଘର ବନ୍ୟାଜଳରେ ଭାସିଯାଇଛି। ଗତକାଲି ଠାରୁ ଜେନାପୁର ଠାରେ ବ୍ରାହ୍ମଣୀ ନଦୀ ବିପଦ ସଂକେତ ୬୭ଫୁଟ୍‍ ଉପରେ ପ୍ରବାହିତ ହେଉଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ୭୧.୯୦ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଉଥିବାରୁ ନଦୀ ତଟବର୍ତୀ ଅଞ୍ଚଳ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏପଟେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ରିଲିଫ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories