www.samajalive.in
Monday, December 8, 2025
13.1 C
Bhubaneswar

ଫୁଲୁଛି ମହାନଦୀ; ବନ୍ୟା ଆଶଙ୍କା

ହରଭଙ୍ଗା: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଦୁଇଦିନ ଧରି ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୋମବାରଠାରୁ ମହାନଦୀରେ ଜଳସ୍ତର ଅହେତୁକଭାବେ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ବୌଦ୍ଧ ଜିଲ୍ଲାର ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ହରଭଙ୍ଗା ତହସିଲର ୫୫ଟି ରାଜସ୍ୱ ଗ୍ରାମ ବନ୍ୟା ପ୍ରଭାବିତ ଆଶଙ୍କା କରାଯାଉଛି। ବର୍ତମାନ ମହାନଦୀର ଉଛୁଳା ବନ୍ୟାପାଣି ହରଭଙ୍ଗା ବ୍ଲକର ଶାକୁସିଙ୍ଗା ନାଳ ଉପରେ ଚାଲିବା ଫଳରେ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକରେ ଯୋଗାଯୋଗ ବିଛିନ୍ନ ରହିଛି। ବୁଢିକଣ-କଙ୍କଲା ଜଗନ୍ନାଥ ସଡକରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି। ଏହା ସହିତ ପରଗଳପୁର-ପଲଶାପାଟ୍ଟ ରାସ୍ତାରେ ବନ୍ୟାଜଳ ଯୋଗୁଁ ଏହି ରାସ୍ତାରେ ଯୋଗା ଯୋଗ ବିଛିନ୍ନ ରହିଛି। କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ରହିଥିବା ଉଦଣ୍ଡି ନାଳରେ ମହାନଦୀର ବନ୍ୟାପାଣି ଯୋଗୁଁ ମାରଡା ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଫଳରେ ମାରଡା ଗ୍ରାମର ୨୫ ଆଦିବାସୀ ପରିବାର ପାଣିଘେରରେ ଭୋକଉପାସରେ ରହିଛନ୍ତି। ତୁରନ୍ତ ଜିଲ୍ଲାପ୍ରଶାସନ ପକ୍ଷରୁ ପାଣିଘେରରେ ଥିବା ଗାଁ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ଦାବୀ ହେଉଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories