ବିପଦ ସଙ୍କେତ ଟପିଲା ବଂଶଧରା ନଦୀର ଜଳସ୍ତର : ଗ୍ରାମବାସୀଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ଗଜପତି : ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ଗଜପତି ଜିଲା କାଶୀନଗର ଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫୪.୬୦ ମିଟର ଥିବା ବେଳେ ବୁଧବାର ଅପରାହ୍ନ ୪ଟା ବେଳେ ୫୫.୯୬ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନ ପକ୍ଷରୁ କାଶୀନଗର ବ୍ଲକ ନଦୀତଟରେ ଥିବା କିଛି ଗ୍ରାମର ୬୫୦ ଜଣ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ପଠାଇ ଦିଆଯାଇଛି।

Comments are closed.