www.samajalive.in
Sunday, December 7, 2025
16.1 C
Bhubaneswar

ଫ୍ଲିପ୍‍କାର୍ଟ ସିଇଓ ବିନ୍ନି ବଂସଲଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସିଇଓ ବିନ୍ନି ବଂସଲ ମଙ୍ଗଳବର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫ୍ଲିପ୍‍କାର୍ଟକୁ ଆମେରିକୀୟ କମ୍ପାନୀ ୱାଲମାର୍ଟ ଅଧିଗ୍ରହଣ କରିବାର ମାତ୍ର ୬ ମାସ ପରେ ଏହି ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଦେଖିବାକୁ ମିଳିଛି। ପ୍ରକାଶଯୋଗ୍ୟ ଯେ ବିନ୍ନି ବଂସଲ ନିଜ ପୁରୁଣା ବନ୍ଧୁ ସଚିନ ବଂସଲଙ୍କ ସହ ମିଶି ଫ୍ଲିପ୍‍କାର୍ଟ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଫ୍ଲିପ୍‍କାର୍ଟ ବିକ୍ରି ହେବା ସମୟରେ ସଚିନ୍‍ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ନିଜ ପଦରୁ ଇସ୍ତଫା ଦେବା ପରେ ବିନ୍ନି କମ୍ପାନୀର ବୋର୍ଡରେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଷ୍ଟ୍ରିଟ୍‍ ଇନସାଇଟ୍‍ ୱେବସାଇଟ୍‍ ରିପୋର୍ଟ ଅନୁସାରେ ବିନ୍ନିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଫ୍ଲିପ୍‍କାର୍ଟ ଏବଂ ୱାଲମାର୍ଟ ପକ୍ଷରୁ ଅଭିଯୋଗର ସ୍ୱତନ୍ତ୍ର ତଦନ୍ତ କରାଯାଇଥିଲା। ସେତେବେଳେ ବିନ୍ନି ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା କହି ଖଣ୍ଡନ କରିଥିଲେ। ପରେ ତଦନ୍ତରେ ବିନ୍ନି ସହଯୋଗ କରୁନଥିବା ଓ ତାଙ୍କ ଆଚରଣ ଠିକ୍‍ ନଥିବା ଅଭିଯୋଗ ହୋଇଥିଲା। ସବୁ ଆଡୁ ଚାପ୍‍ ପଡ଼ିବା ପରେ ବିନ୍ନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୱାଲମାର୍ଟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ବିନ୍ନି ବଂସଲ ଫ୍ଲିପ୍‍କାର୍ଟ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଓ ତାଙ୍କ ଇସ୍ତଫାକୁ ତତ୍କାଳ ପ୍ରଭାବରେ ଗ୍ରହଣ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories