www.samajalive.in
Saturday, December 6, 2025
19.1 C
Bhubaneswar

ଫିଟ୍ ଇଣ୍ଡିଆ ଅଭିଯାନକୁ ୧ ବର୍ଷ, ଉତ୍ସାହୀଙ୍କ ସହ ଆସନ୍ତାକାଲି କଥା ହେବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଫିଟ୍ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ଭାବ ବିନିମୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଟନେସ୍ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସକାଶେ ଏବଂ ସାଧାରଣ ନାଗରିକମାନଙ୍କ ସହିତ ବାର୍ତ୍ତାଳାପ କରିବେ। ଏହି ଅନଲାଇନ ଭାବ ବିନିମୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଫିଟନେସ୍ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଗଦର୍ଶନ କରିବା ସହିତ ନିଜ ଫିଟନେସ୍ ଯାତ୍ରାର ଅନୁଭବ ଓ ନିଜସ୍ୱ ମତ ପ୍ରଦାନ କରିବେ। ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ବିରାଟ କୋହଲିଙ୍କ ଠାରୁ ମିଲିନ୍ଦ୍ ସୋମନ ଓ ରୁଜୁତା ଦିବାକରଙ୍କ ସମେତ ଅନେକ ପ୍ରଭାବୀ ବ୍ୟକ୍ତିବିଶେଷ ସାମିଲ ହେବେ।

କୋଭିଡ଼-୧୯ ଭଳି ବୈଶ୍ୱିକ ମହାମାରୀ ସମୟରେ ଘରେ ରହି ନିଜକୁ ସୁସ୍ଥ ଏବଂ ସକ୍ରିୟ ରଖିବା ଜୀବନର ଏକ ଜରୁରି ଆବଶ୍ୟକତା ହୋଇପଡ଼ିଛି। ଏହି ଭାବ ବିନିମୟ କାର୍ୟ୍ୟକ୍ରମକୁ ପୋଷଣ, ନିରାମୟତା ଏବଂ ଫିଟନେସର ଅନ୍ୟାନ୍ୟ ବିଭିନ୍ନ ଦିଗରୁ ସମୟୋଚିତ ଏବଂ ସାର୍ଥକ ଭାବେ ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରୁ ସମ୍ଭୂତ ଏହି କାର୍ୟ୍ୟକ୍ରମକୁ ଏକ ଜନ ଆନ୍ଦୋଳନର ରୂପ ପ୍ରଦାନ ପାଇଁ ପ୍ରୟାସ କରାଯାଉଛି। ଫିଟ୍ ଇଣ୍ଡିଆ ଭାବ ବିନିମୟ ଏ ଦିଗରେ ଏକ ସଫଳ ପ୍ରୟାସ ବୋଲି ଦର୍ଶାଯାଇଛି। ଏଥିରେ ଦେଶର ଅଧିକରୁ ଅଧିକ ନାଗରିକମାନଙ୍କୁ ସାମିଲ ହେବା ନିମନ୍ତେ ଆହ୍ୱାନ ଦିଆଯାଇଛି। ଭାରତକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏକ ସୁସ୍ଥ ଓ ସକ୍ରିୟ ରାଷ୍ଟ୍ରରେ ପରିଣତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଯେଉଁ ମୌଳିକ ଉଦ୍ଦେଶ୍ୟ ପାଇଁ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପରିକଳ୍ପନା କରାଯାଇଥିଲା, ସେଥିରେ ନାଗରିକମାନଙ୍କୁ ହସଖୁସି, ସରଳ ଓ ସହଜ ଭାବେ ଜୀବନ ବଞ୍ଚିବା ଏବଂ ଆର୍ଥିକ ଦୃଷ୍ଟରୁ କୌଣସି ପ୍ରକାର ଖର୍ଚ୍ଚାନ୍ତ ନହୋଇ କିଭଳି ଭାବେ ନିଜକୁ ସୁସ୍ଥ ଓ ସକ୍ରିୟ ରଖାଯାଇ ପାରିବ ତଥା ଏଥିପାଇଁ କି ପ୍ରକାର ଆଚରଣଗତ ପରିବର୍ତ୍ତନ ଆବଶ୍ୟକ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସମସ୍ତ ଭାରତୀୟଙ୍କ ଜୀବନରେ ଏଭଳି ଫିଟନେସ ପାଇଁ ଚିନ୍ତାଧାରା ଉଦ୍ରେକ କରିବା ମଧ୍ୟ ଏହାର ଲକ୍ଷ୍ୟ। ଏହି ଭାବ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇବେ।

- Advertisement -

ଏହି କାର୍ୟ୍ୟକ୍ରମ ଆରମ୍ଭ ହେବା ଦିନଠାରୁ, ଗତ ଏକ ବର୍ଷ ମଧ୍ୟରେ, ବିଭିନ୍ନ ସ୍ଥାନରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆନୁକୂଲ୍ୟରେ ଭିନ୍ନ ଭିନ୍ନ କାର୍ୟ୍ୟକ୍ରମମାନ ଆୟୋଜିତ ହୋଇଛି ଏବଂ ସେଥିରେ ସାରା ଦେଶରୁ ଓ ସମାଜର ବିଭିନ୍ନ ବର୍ଗରୁ ବିପୁଳ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଛନ୍ତି। ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍, ପ୍ଲଗ୍ ରନ୍, ସାଇକ୍ଲୋଥନ୍, ଫିଟ୍ ଇଣ୍ଡିଆ ସପ୍ତାହ, ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ଏପର୍ୟ୍ୟନ୍ତ ଦେଶର ପ୍ରାୟ ୩.୫ କୋଟି ଲୋକ ସାମିଲ ହୋଇଛନ୍ତି ଏବଂ ବାସ୍ତବତା ଦୃଷ୍ଟିରୁ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories