ଝାରସୁଗୁଡ଼ା : ହୀରାକୁଦ ଜଳଭଣ୍ଡାରରେ ବୁଡି ଜଣେ ମତ୍ସ୍ୟଜୀବୀଙ୍କ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ବାଘମୁଣ୍ଡାର ମକ୍ତରୀ ସେଠ(୬୫)। ସବୁଦିନ ଭଳି ଆଜି ସକାଳୁ ମକ୍ତରୀ ସେଠ ମାଛ ମାରିବା ପାଇଁ ନିଜ ଡଙ୍ଗାରେ ଯାଇଥିବା ବେଳେ କୌଣସି ମତେ ପାଣିରେ ପଡିଯାଇଥିଲେ। ପରେ ନିଜ ମାଛ ଧରା ଜାଲରେ ନିଜେ ଫଶିଯାଇ ପାଣିରେ ବୁଡିଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣା ସ୍ଥଳରେ ଲଖନପୁର ପୁଲିସ ସହିତ ଗାଁ ଲୋକେ ମକ୍ତରୀଙ୍କୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଛି।
Popular Categories



