ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ହେଲା ଦେଶର ପ୍ରଥମ ମତଦାନ
ନୂଆଦିଲ୍ଲୀ ..- ଦେଶର ଅନ୍ୟସ୍ଥାନରେ ମତଦାନ ଆରମ୍ଭ ହେବା ପୂର୍ବରୁ ଅରୁଣାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ-ତିବ୍ଦତ ସୀମା ପୁଲିସର ଯବାନମାନେ ମତଦାନ କରିଛନ୍ତି । ଭାରତ-ତିବ୍ଦତ ସୀମା ପୁଲିସର ପ୍ରମୁଖ ଡିଆଇଜି ସୁଧାକର ନଟରାଜନ ମତଦାନ କରିଛନ୍ତି ।
ଏପ୍ରିଲ ୧୧ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ହେଲେ ଏହାର ୫ ଦିନ ପୂର୍ବରୁ ସେନାରେ ଥିବା ଅଧିକାରୀ ଓ ଯବାନମାନେ ମତଦାନ କରିଛନ୍ତି । ଗୁପ୍ତ ଡାକ ମତଦାନ ପତ୍ର ଦ୍ୱାରା ଏମାନେ ମତଦାନ କରିଥିଲେ ।
ଭାରରତୀୟ ନାଗରିକ ଯିଏ ସଶସ୍ତ୍ର ବଳରେ କାମ କରନ୍ତି , ଆସାମ ରାଇଫଲ, ସିଆରପିଏଫ୍, ବିଏସ୍ଏଫ୍ , ଆଇଟିବିପିରେ କାର୍ଯ୍ୟରତ ଅଛନ୍ତି କିମ୍ବା ଭାରତସରକାରଙ୍କ ଅଧିନରେ ବିଦେଶରେ କାର୍ଯ୍ୟ କରୁଛନ୍ତି ସେମାନେ ଗୁପ୍ତ ଡାକ ମତଦାନ ପାଇଁ ନିଜର ନାମକୁ ସାମିଲ କରିପାରିବେ ।
ତାଙ୍କର ନିର୍ବାଚନ କ୍ଷେତ୍ରର ରିଟର୍ଣ୍ଣିଂ ଅଧିକାରୀ ମତଦାତାଙ୍କ ନିକଟକୁ ମତପତ୍ର ପଠାଇ ଥାଆନ୍ତି । ମତଦାତାଙ୍କୁ ଫର୍ମ୧୩ଏ ଉପରେ ଦସ୍ତଖତ କରିବାକୁ ପଡିଥାଏ। ଏହାପରେ ସେମାନଙ୍କ ମତଦାନ ପତ୍ରକୁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖକୁ ଡାକାଦ୍ୱାରା ପଠାଯାଇଥାଏ ।
ITBP: First vote of Lok Sabha Polls 2019 has been cast in Arunachal Pradesh by service voters. A remote Indo-Tibetan Border Police (ITBP) unit on the eastern tip of North East started service voting by secret postal ballot on 5/4/19 at Lohitpur, Arunachal Pradesh pic.twitter.com/rQuM8j2Xa4
— ANI (@ANI) April 6, 2019
Comments are closed.