ନୂଆଦିଲ୍ଲୀ : ଆଗାମୀ ନିର୍ବାଚନରେ ଭୋଟ ଦେବା ପାଇଁ ମତଦାତା ମାନଙ୍କୁ ଫଟୋ ଭୋଟର ସ୍ଲିପ୍ ସହିତ ବିଭିନ୍ନ ପ୍ରକାରର ପରିଚୟ ପତ୍ର ମଧ୍ୟରୁ ଯାହାକୁ ମଧ୍ୟ ସାଙ୍ଗରେ ନେଇ ଭୋଟ ଦେଇ ପାରିବେ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ମତଦାତାମାନେ ଫଟୋ ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରୀୟ ଉଦ୍ୟୋଗ ଓ ପବ୍ଲିକ୍ ଲିମିଟେଡ୍ କମ୍ପାନି ଦ୍ୱାରା ଦିଆଯାଇଥିବା ଫଟୋ ସହ ସେବା ପରିଚୟପତ୍ର, ବ୍ୟାଙ୍କ ଓ ଡାକଘର ପକ୍ଷରୁ ଫଟୋ ସହିତ ମିଳିଥିବା ପାସ୍ବୁକ୍, ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଯୋଜନାଗୁଡ଼ିକ ଅଧୀନରେ ମିଳିଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଏମ୍ପି,ଏମ୍ଏଲ୍ଏ ଓ ଏମ୍ଏଲ୍ସିମାନଙ୍କରୁ ମିଳିଥିବା ସରକାରୀ ପରିଚୟପତ୍ର, ମନରେଗା ଜବ୍ କାର୍ଡ, ଫଟୋ ସହ ପେନ୍ସନ୍ ପ୍ରମାଣପତ୍ର, ଏନ୍.ପି.ଆର୍. ଅଧୀନରେ ଆର୍ଜିଆଇ ଦ୍ୱାରା ଦିଆଯାଇଥିବା ସ୍ମାର୍ଟ କାର୍ଟ, ପାସ୍ପୋର୍ଟ, ପ୍ୟାନ୍କାର୍ଡ ଓ ଆଧାରକାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ରକୁ ମତଦାନ କେନ୍ଦ୍ରକୁ ସାଙ୍ଗରେ ନେବାକୁ ପଡ଼ିବ।



