www.samajalive.in
Thursday, December 11, 2025
14.1 C
Bhubaneswar

ଉହାନ୍‍ରୁ ଫେରିଲେ ୩୨୪ ଜଣ ଭାରତୀୟ ; ୧୪ ଦିନ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ :  ଏୟାର୍‍ ଇଣ୍ଡିଆର ସ୍ୱତନ୍ତ୍ର ବିମାନ ‘ଜୁମ୍ବୋ-୭୪୭’ରେ ଚୀନ୍‍ର ଉହାନ୍‍ରୁ ୩୦୦ରୁ ଅଧିକ ଭାରତୀୟ ନାଗରିକ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କୁ ସେଠାରୁ ଫେରାଇ ଆଣିବା ସକାଶେ ପଠାଯାଇଥିବା ବିମାନ ଆଜି ସକାଳ ୭ଟା ୨୬ମିନିଟରେ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । କରୋନା ଭୂତାଣୁର କେନ୍ଦ୍ରସ୍ଥଳଉହାନ୍‍ରୁ ଆଜି ବଡ଼ିଭୋର୍‍ରୁ ୩୨୪ ଜଣ ଭାରତୀୟଙ୍କୁ ଧରି ଏୟାର୍‍ ଇଣ୍ଡିଆର ଏହି ବିମାନ ଭାରତ ଅଭିମୁଖେ ଉଡାଣ କରିଥିଲା। ଶୁକ୍ରବାର ଅପରାହ୍ଣରେ ଦିଲ୍ଲୀ ବିମାନ ବନ୍ଦରରୁ ଏହି ବିମାନ ଉହାନ୍‍କୁ ଯାଇଥିଲା।

ଭାରତୀୟ ସେନା ପକ୍ଷରୁ ହରିୟାଣାର ମାନେସରରେ ପ୍ରତିଷ୍ଠା କରାଯାଇଥିବା ଚିକିତ୍ସା ଶିବିର, Image Source : news18.com

ଦିଲ୍ଲୀରେ  ପହଞ୍ଚିବା ପରେ ବିମାନ ବନ୍ଦରରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।  ଭାରତୀୟ ସେନା ପକ୍ଷରୁ ହରିୟାଣାର ମାନେସରରେ ୩ ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିରକୁ  ସେମାନଙ୍କୁ ପଠା ଯାଇଛି ।  ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଯେ, ଆର୍ମଡ ଫୋର୍ସେସ ମେଡିକାଲ ସର୍ଭିସେସ୍‌ ଓ ବିମାନ ବନ୍ଦର ଚିକିତ୍ସା କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।  ସେହିପରି ଇଣ୍ଡୋ ତିବ୍‌ବତିୟ ସୀମା ସୁରକ୍ଷା ବଳ (ଆଇଟିବିପି) ପକ୍ଷରୁ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଛାୱଲା ଅଞ୍ଚଳରେ ୬ ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିର ଖୋଲାଯାଇଛି।  ଦୈନିକ ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ୧୪ ଦିନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଯଦି କରୋନା ଭୂତାଣୁ ନଥିବା ଜଣାପଡ଼େ ସେମାନଙ୍କୁ ଘରକୁ ପଠାଇ ଦିଆଯିବ । ଏହି ଶିବିରରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ବାବଧାନରେ ଭେଷଜ ବିଶେଷଜ୍ଞ, ଦୁଇ ଜଣ ସେବିକା ଓ ଜଣେ ମହିଳା ଚିକିତ୍ସା ଅଧିକାରୀ ରହିଛନ୍ତି।  ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼େ ତାଙ୍କୁ ବସ୍‌ଯୋଗେ ଦିଲ୍ଲୀ କେଣ୍ଟସ୍ଥିତ ହସପାତାଳରେ ଭର୍ତ୍ତି କରାଯିବ।

- Advertisement -

ଏୟାର୍‍ ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି,ଉହାନ୍‍ରୁ ଭାରତୀୟମାନଙ୍କୁ ଫେରାଇ ଆଣିବାପାଇଁ ଶନିବାର ଆଉ ଏକ ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀରୁ ସେଠାକୁ ଯାତ୍ରା କରିବ।

ସୂଚନାଯୋଗ୍ୟ ଭାରତର ପ୍ରଥମ କୋରନା ସଂକ୍ରମିତ ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଯାଇଥିଲା। ଚୀନ୍‌ର ଉହାନ ବିଶ୍ବବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ର କେରଳ ଫେରିବା ପରେ ତାଙ୍କ ଶରୀରରେ ଏହି ଭୂତାଣୁ ଥିବା ଜଣାପଡ଼ିଥିଲା। ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ମାଲେସିଆରେ କାମ କରୁଥିବା ତ୍ରିପୁରାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ସେହିପରି ଭୋପାଳରେ ଜଣେ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ସ୍ଥାନୀୟ ଏମ୍ସରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ ଭାରତ ସହ ୨୦ ଦେଶରେ କରୋନା ଭୂତାଣୁ ବ୍ୟାପିଛି। ଏପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ୯,୬୯୨ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ପ୍ରକାଶ କରିଛି। ଚୀନ୍‌ର ହୁବଇ ପ୍ରଦେଶରେ ସର୍ବାଧିକ ୨୦୪ ଜଣଙ୍କ ମୃତ୍ୟୁ ଘଟିଛି ।

 

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories