www.samajalive.in
Sunday, December 7, 2025
14.1 C
Bhubaneswar

ଆଇଟିବିପି ଅଧିକାରୀଙ୍କ ପୁଅ କନଷ୍ଟେବଳ ଆଖିକୁ ଚଳାଇଲେ ଗୁଳି

ନୂଆଦିଲ୍ଲୀ : ଇଣ୍ଡୋ ତିବ୍ଦତୀୟ ସୀମା ସୁରକ୍ଷା ବଳ(ଆଇଟିବିପି) ଅଧିକାରୀଙ୍କ ପୁଅ ଦିଲ୍ଲୀର ଛୱଲା କ୍ୟାମ୍ପରେ ଜଣେ କନଷ୍ଟେବଳ ଆଖିକୁ ଗୁଳି ଚଳାଇଛନ୍ତି। ଘଟଣାସ୍ଥଳରେ କନଷ୍ଟେବଳଙ୍କ ମତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ କୁକ ଭୋପ ସିଂ ଓରଫ ଭୁପେନ୍ଦ୍ର ସିଂ । ସୂଚନା ଅନୁସାରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୁମର କବାଟ ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ। ରୁମ୍‌ ଖୋଲିବା ପରେ କନଷ୍ଟେବଳଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଆମ୍ବଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବ୍ୟବହୃତ ପିସ୍ତଲକୁ  ଜବତ କରିଛି ପୁଲିସ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories