www.samajalive.in
Saturday, December 13, 2025
21.1 C
Bhubaneswar

ଖୋର୍ଦ୍ଧାରେ ଗୁଳିମାଡ, ଯୁବକ ମୃତ

ଖୋର୍ଦ୍ଧା ବ୍ୟୁରୋ: କରୋନା ପାଇଁ ଜିଲାରେ ଦୁଇ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି। ଦୁଇଦିନିଆ ସଟ୍ ଡାଉନର ଦ୍ୱିତୀୟ ଦିନ ତଥା ରବିବାର ସହରଠାରୁ ପୁରପଲ୍ଲୀରେ ନିରାଡ଼ମ୍ବର ଭାବେ ରଜ ଉତ୍ସବ ପାଳନ ହେଉଥିବାବେଳେ, ଠିକ୍ ସେହି ସମୟରେ ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଫୁଟିଛି ପାଞ୍ଚ ରାଉଣ୍ଡ ଗୁଳି। ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଦଧିମାଛଗାଡିଆ ଗ୍ରାମର ଲାଲା ପ୍ରଧାନ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ ଶବର ସାହିରେ ଘଟିଛି ଘଟଣା। ବ୍ରାଉନସୁଗର କାରବାରକୁ ନେଇ ପୂର୍ବରୁ ଶତ୍ରୁତା ସୃଷ୍ଟି ହୋଇଥିଲା। ତେବେ ପୂର୍ବ ବ୍ୟବସାୟିକ ଶତୃତାକୁ ନେଇ ଗୁଳିମାଡ ହୋଇଥିବା ଜଣାପଡିଛି। ପାଞ୍ଚ ଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ଲାଲାକୁ ଡାକିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୁଇଟି ବନ୍ଧୁକରେ ଲାଲା ଉପରକୁ ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ। ପାଞ୍ଚଟି ଗୁଳିରୁ ଲାଲା ପେଟରେ ଗୋଟିଏ ଗୁଳି ଓ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବା ଜଣାପଡିଛି। ଆଉ ଦୁଇଟି ଗୁଳି ଲକ୍ଷଭ୍ରଷ୍ଟ ହୋଇଛି। ଗୁଳିମାଡରେ ଲାଲାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଏସଡିପିଓ ସୁଶୀଲ ମିଶ୍ର ଓ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଗୁଳିର ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି। ଲାଲାର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories