ଚଳନ୍ତା କାରକୁ ଗୁଳି ମାଡ କରି ଟଙ୍କା ଲୁଟ୍

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ରାଜପଥରେ ଚଳନ୍ତା କାର ଉପରକୁ ଗୁଳିମାଡ଼ କରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଏକ ବୋଲେରୋ କ୍ୟାମ୍ପର, ଡିଜାୟାର ଓ ବାଇକରେ ୧୩  ଜଣ ଦୁର୍ବୁତ୍ତ ଆସି ଚଳନ୍ତା କାର ଉପରକୁ ଗୁଳିମାଡ଼ କରି  ୧୭ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଖିରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ଆଜି ସକାଳେ ଏହି ଘଟଣା ଘଟିଛି ।

ଲୁଟର ଶିକାର ବ୍ୟକ୍ତି ଜଣକ ହେଲେ ରାଇରଙ୍ଗପୁର ବାଦଳା ଅଞ୍ଚଳର ଏସକେ ଅହମ୍ମଦ । ସେ ଅନୁଗୁଳରୁ ଜଣେ ବନ୍ଧୁଙ୍କ ଘରୁ କାର ଯୋଗେ ଡ୍ରାଇଭର ସହ ଫେରୁଥିବା ସମୟରେ  କେନ୍ଦୁଝର ପଟରୁ ତାଙ୍କ କାରକୁ ପିଛା କରିଥିବା ଲୋକମାନେ ଖିରେଇଟାଙ୍ଗିରୀ ଟୋଲଗେଟ ନିକଟରେ ତାଙ୍କ କାର ଉପରକୁ ଗୁଳି କରି ଟଙ୍କା ଲୁଟିନେଇଛନ୍ତି । ଘଟଣା ଜଣା ପଡିବା ପରେ ପୁଲିସ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଛାନ୍ ଭିନ୍ ଜାରି ରଖିଛି। ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି।

Comments are closed.