ନବରଙ୍ଗପୁର: ଶାନ୍ତିପୂର୍ଣ୍ଣ ଭାବେ ନବରଙ୍ଗପୁର ବନ୍ଦ ପାଳନ ହିଂସାର ରୂପ ନେଇଛି। ରାସ୍ତା କଡ଼ରେ ଥୁଆ ହୋଇଥିବା ଏକ କାର୍କୁ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ପରେ କାର୍ଟି ହୁତ ହୁତ ହୋଇ ଜଳିଥିଲା। ଏହି ଘଟଣାରେ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିବା ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ନବରଙ୍ଗପୁରର କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଯାଏଁ ଦୋଷୀଙ୍କୁ ଗିରଫ କରାଯାଇନାହିଁ। ଦୋଷୀକୁ ଶୀଘ୍ର ଗିରଫ ଦାବି ସହ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଜିଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି। ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ପିକେଟିଂ କରାଯାଉଛି। କୁନ୍ଦୁଲି ଘଟଣା ଭଳି ଏହି ଘଟଣାକୁ ମଧ୍ୟ ରାଜ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି।
ହିଂସାର ରୂପ ନେଲା ନବରଙ୍ଗପୁର ବନ୍ଦ ପାଳନ: ଜାଳିଦେଲେ କାର୍
Popular Categories



