www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ ଆଙ୍ଗୁଠିର ରେଖା ଠାରୁ ନିଜର ବ୍ୟକ୍ତିତ୍ୱ ବିଷୟରେ

ହସ୍ତରେଖାରେ ଆଙ୍ଗୁଠିର ଉଚ୍ଚତା, ଆକାର, ଏହାର ଗଠନ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ। ଆଙ୍ଗୁଠି ଠାରୁ ବ୍ୟକ୍ତି ବିଷୟରେ ବହୁ କଥା ଜାଣି ହୁଏ। ଜ୍ୟୋର୍ତିବିଦଙ୍କ ମତରେ ଆଙ୍ଗୁଠିଠାରୁ ବ୍ୟକ୍ତିର ଭବିଷ୍ୟ ବିଷୟରେ କଥା ଜଣାପଡ଼େ।
ଯେଉଁମାନଙ୍କ ଆଙ୍ଗୁଠିର ପ୍ରଥମ ରେଖାଭାଗ ଛୋଟ ହୋଇଥାଏ, ସେମାନେ ସର୍ବଦା ଅନ୍ୟ ଉପରେ ଅଧିକ ନିର୍ଭର ହୋଇଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ଚଉଡ଼ା ଥାଏ, ସେମାନେ ବହୁ ଜିଦିଆ ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ସମକୋଣ ଆକାରର ହୋଇଥାଏ, ସେମାନେ ଖୁବ ଚତୁର ଓ ବୁଦ୍ଧିମାନ ପ୍ରକୃତିର ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ଲମ୍ବା ହୋଇଥାଏ, ସେମାନେ ବହୁତ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ଦ୍ୱିତୀୟ ରେଖାଭାଗ ଲମ୍ବା ହୋଇଥାଏ , ସେମାନେ ଖୁବ ଚତୁର ପ୍ରକୃତିର ଅଟନ୍ତି । ସମାଜିକ କାର୍ଯ୍ୟରେ ମଧ୍ୟ ମନୋନିବେଶ କରିଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ତୃତୀୟ ରେଖାଭାଗ ଅଧିକ ଲମ୍ବା ଅଥବା ସାନ ହୋଇନଥାଏ , ସେମାନେ ଖୁବ ସ୍ନେହୀ ଅଟନ୍ତି। ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସହଜରେ ସମାଧାନ ହୋଇଯାଏ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories