www.samajalive.in
Sunday, December 7, 2025
26.1 C
Bhubaneswar

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି: ଆୟର୍ଲାଣ୍ଡକୁ ୧-୦ ଗୋଲରେ ହରାଇଲା ଭାରତ

ଭୁବନେଶ୍ବର:ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୩-୨୪ରେ ଭାରତ ତୃତୀୟ ବିଜୟ ହାସଲ କରିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି।
ଦୁର୍ବଳ ଦଳ ଭାବେ ବିବେଚିତ ହେଉଥିବା ଆୟର୍ଲାଣ୍ଡ ଘରୋଇ ଭାରତକୁ କଡ଼ା ଟକ୍କର ଦେଇଥିଲା। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଦୁଇ ଦଳ କେହି କାହାରିକୁ ଗୋଲ ଦେଇପାରିନଥିଲେ।

ଖେଳର ​ଶେଷ ତଥା ୬୦ ମିନିଟ୍‌ରେ ଭାରତ ଗୋଲ ଦେବାରେ ସଫଳ ହୋଇଥିଲା। ଭାରତ ପକ୍ଷରୁ ଗୁର୍‌ଜାଣ୍ଟ ସିଂହ ଗୋଲ ଦେଇ ଦଳକୁ ୧-୦​ରେ ବିଜୟୀ କରାଇଥିଲେ। ଭାରତ ୪ଟି ମ୍ୟାଚରୁ ଦୁଇଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ବିଜୟ ଓ ଗୋଟିଏ ପରାଜୟ ସହ ୮ପଏଣ୍ଟ ପାଇଛି। ଦଳ ୭ମ ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ୧୯ରେ ସ୍ପେନ ସହିତ ଖେଳିବ। ଏଥି ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍‌ଆଏଚ୍‌ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍‌ ୨୦୨୩-୨୪ ମ୍ୟାଚ ଶେଷ ହୋଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories