www.samajalive.in
Monday, December 8, 2025
24.1 C
Bhubaneswar

ଚାଉଳ ପାଇଁ ପଞ୍ଚାୟତ ଘେରିଲେ ଶତାଧିକ ମହିଳା

ଫୁଲବାଣୀ : ବକେୟା ଚାଉଳ ମିଳିନଥିବା ନେଇ ତାତିଲେ ମହିଳା । ଏମିତି କି ରାଜ ରାସ୍ତାକୁ ଆସି ପ୍ରଶାସନ ବିରୁଦ୍ଧରେ ନାରାବାଜି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରିଥିଲେ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଚାଞ୍ଚେଡି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ଗତ ଏପ୍ରିଲ, ମଇ ଓ ଜୁନ ମାସର ବକେୟା ଚାଉଳ ପଞ୍ଚାୟତର ସମୁଦାୟ ୯ ଶହରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଆଜି ଯାଏ ମିଳିନଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ପଞ୍ଚାୟତର ଶତାଧିକ ମହିଳା ହାତରେ ରେସନ କାର୍ଡ ଧରି ରାଲି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରି ପ୍ରତିବାଦ ଜଣାଇଥିଲେ। ଦୀର୍ଘ ଦିନ ଧରି ବକେୟା ଚାଉଳ ମିଳିନଥିବା କାରଣରୁ ଗରିବ ପରିବାର ଲୋକେ ଭୋକ ଉପାସରେ ରହୁଛନ୍ତି । ଏମିତି କି ଗରିବ ଲୋକେ ଚଢ଼ା ଦରରେ ଦୋକାନରୁ ଚାଉଳ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁନି ବୋଲି ମହିଳା ମାନେ କହିଛନ୍ତି । ସରକାର ସେମାନଙ୍କ ଲାଗି ଚାଉଳ ପଠାଉଥିବା ବେଳେ ସେହି ଚାଉଳ କୁଆଡେ ଯାଉଛି ବୋଲି ମହିଳା ମାନେ ପ୍ରଶ୍ନ କରିଛନ୍ତି । ବକେୟା ଚାଉଳ ପାଇବା ଲାଗି ମହିଳା ମାନେ ବାରମ୍ବାର ପଞ୍ଚାୟତକୁ ଆସୁଥିଲେ ମଧ୍ୟ ସେମାନଙ୍କ ଅଭିଯୋଗ କେହି ଶୁଣୁନଥିବା କହିଛନ୍ତି । ଅନ୍ୟପଟେ ମେସିନରେ ଭୁଲ ଏଣ୍ଟ୍ରି ଯୋଗୁ ୩ ମାସର ବକେୟା ଚାଉଳ ହିତାଧିକାରୀଙ୍କୁ ଦିଆ ଯାଇପାରିନାହିଁ ବୋଲି ପଞ୍ଚାୟତର ଯୋଗାଣ ସହାୟକ ସ୍ୱୀକାର କରିଛନ୍ତି । ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ ମଧ୍ୟ ଅବଗତ ଅଛନ୍ତି, ବକେୟା ଚାଉଳ ଆସିଲେ ତୁରନ୍ତ ପଞ୍ଚାୟତର ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories