www.samajalive.in
Saturday, December 6, 2025
16.1 C
Bhubaneswar

ଧାମରାରେ ପ୍ରଥମ ପ୍ରାକ ନିର୍ବାଚନୀ ହିଂସା: ସାନ ପୁଅ ଏବଂ ବାପର ଆକ୍ରମଣରେ ମଝିଆ ପୁଅ ଗୁରୁତର

ଧାମରା: ଧାମରାରେ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାକ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଛି। କାହିଁକି ଅନ୍ୟ ଦଳରେ ଯୋଗ ଦେଇ ଭୋଜି ଭାତରେ ସାମିଲ ହୋଇଥିଲା ବୋଲି ମଝିଆ ପୁଅକୁ ବାପ ଏବଂ ସାନ ପୁଅ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆକ୍ରମଣ କରିଥିବା ସାନପୁଅ ଏବଂ ବାପକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସାମୁଦ୍ରିକ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଖବରରୁ ପ୍ରକାଶ, ଧାମରା ଅଂଚଳର ଗୋଟିଏ ପରିବାରର ମଝିଆ ପୁଅ ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରୁଥିବା ବେଳେ ସେହି ପରିବାର ବାପ ଏବଂ ସାନ ପୁଅ ଅନ୍ୟ ଏକ ରାଜନୈତିକ ଦଳରେ ସାମିଲ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ସେହି ପରିବାର ମଝିଆ ପୁଅ ସଂପୃକ୍ତ ରାଜନୈତିକ ଦଳରେ ଚାଲିଥିବା ଭୋଜିରେ ସାମିଲ ହୋଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ, ଏହି ସମୟରେ ଘରେ ଅପେକ୍ଷା କରିଥିବା ବାପ ଏବଂ ସଂପୃକ୍ତ ଯୁବକର ସାନ ଭାଇ ମଝିଆ ଭାଇକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସଂପୃକ୍ତ ଯୁବକର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳ ସମୟରେ ସଂପୃକ୍ତ ଯୁବକଙ୍କ ସ୍ତ୍ରୀଙ୍କ ଏତଲାକ୍ରମେ ଧାମରା ସାମୁଦ୍ରିକ ଥାନାରେ ଏକ କେସ ରୁଜୁ କରିବା ସହ ଥାନାଧିକାରୀ ତୁସୀଲ ମାଝୀ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାରର ସାନପୁଅ ଏବଂ ବାପକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories