www.samajalive.in
Saturday, December 6, 2025
26.1 C
Bhubaneswar

ବିଚିତ୍ର ବ୍ୟବସ୍ଥା: ଗାଁ ଗୋଟିଏ, ଭୋଟ ବେଳେ ଅଲଗା

ପାତ୍ରପୁର: ଗାଁ ଗୋଟିଏ କିନ୍ତୁ ଭୋଟ ଦେବେ ଗ୍ରାମର ଅଧା ଗ୍ରାମବାସୀ। କଥାଟି ଶୁଣିଲା ବେଳକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଗଂଜାମ ଜିଲ୍ଲା ଆନ୍ଧ୍ରପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଳକର କେତେକ ଗ୍ରାମରେ ଏହିଭଳି ଅବସ୍ଥା ଦେଖିବାକୁ ମିଳିଛି। ପାତ୍ରପୁର ବ୍ଳକ ତୁମ୍ବା ବୁରରାତାଲ ପଂଚାୟତ ଅଧୀନରେ ଥିବା ତିନିଗୋଟି ଗ୍ରାମ ଗୁଡିଖଳା, କୁଲାଡି, ବାବନା ସାହିର ଲୋକମାନେ ଦୁଇ ରାଜ୍ୟ ଆନ୍ଧ୍ର ଓଡ଼ିଶାରେ ବିଭିନ୍ନ ନିର୍ବାଚନରେ ଭାଗନେବା, ଭତା ଭଳି ବିଭିନ୍ନ ସୁବିଧା ପାଉଛନ୍ତି। ତେବେ ଏହି ବ୍ଲକର ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଦୁଇ ପଞ୍ଚାୟତ ବି ନୂଆଗାଁ ଏବଂ ଗୁଡିପଦର ପଂଚାୟତର କେତେକ ଗ୍ରାମ ରହିଛି, ଯେଉଁ ଗ୍ରାମର ଲୋକଙ୍କ ମଧ୍ୟରୁ ଅଧା ଲୋକ ଓଡ଼ିଶାର ହୋଇଥିବା ବେଳେ ଅଧା ଲୋକ ଆନ୍ଧ୍ର ବାସିନ୍ଦା ନାମରେ ପରିଚିତ ।

କେତେକ ଗ୍ରାମରେ ଦକ୍ଷିଣ ଉତର ସାହି ଓଡ଼ିଶାର ତ ପୂର୍ବ ପଶ୍ଚିମ ସାହି ଆନ୍ଧ୍ରରେ ରହିଛି। ଏହି ସବୁ ଗ୍ରାମ ମଧ୍ୟରୁ ଗୁଡିପଦର ପଂଚାୟତର ଚିକିଟି ବଳରାମପୁର ଗ୍ରାମଟି ଆନ୍ଧ୍ର ତୁଳସୀ ଗାଁ ପଂଚାୟତ ଇଛ।ପୁର ମଣ୍ଡଳ ରେ ରହିଛି। ଏହି ଗ୍ରାମରେ ଆନ୍ଧ୍ରର ଦୁଇ ଶହ ଘର ରହିଥିବା ବେଳେ ଓଡ଼ିଶାର କୋଡିଏ ଘର ରହିଛି।ସେହିପରି ବ୍ରାହ୍ମଣ ନୂଆଗାଁ ପଂଚାୟତର ଟି ବ୍ରହ୍ମପୁର ଗ୍ରାମର ପୂର୍ବ ପଶ୍ଚିମରେ ଥିବା ଦଳିତ ସାହି ଆନ୍ଧ୍ରରେ ରହିଥିବା ବେଳେ ଦକ୍ଷିଣ ଉତର ସାହି ଓଡ଼ିଶା ଅଧୀନରେ ରହିଛି । ଏହି ଗ୍ରାମଟି ଆନ୍ଧ୍ରର ଏକ ପଂଚାୟତ ଅଟେ । ଦୁଇ ଗ୍ରାମ ପାଇଁ ଦୁଇଟି ପ୍ରଥମିକ ବିଦ୍ୟାଳୟ ରହିଛି। ଗ୍ରାମର ଲୋକମାନେ ଗୋଟିଏ ତୋଠରେ ସ୍ନାନ ଶୌଚ କରିବା ସହ ଜ।ନୀ ଜାତ ବେଳେ ଏକାଠି ବୈଠକ କରି ନିଷ୍ପତ୍ତି ନେଇଥାଆନ୍ତି। କିଛିଲୋକଙ୍କ ପାଖରେ ଉଭୟ ରାଜ୍ୟର ଭୋଟ ପରିଚୟପତ୍ର ଆଧାର ପଡ଼ି କାର୍ଡ ରହିଛି । ଅନ୍ୟ ଗୋଟିଏ ଗ୍ରାମ ଜୟପୁର ବାମ ପାର୍ଶ୍ୱ ଓଡ଼ିଶା ହୋଇଥିବା ବେଳେଡାହାଣ ପାର୍ଶ୍ୱ ଆନ୍ଧ୍ର ବୋଲି ଜଣାଯାଇଛି । ସେହିପରି ଅନ୍ୟ ଗୋଟିଏ ଗ୍ରାମ ଶରଧାପୁର ଗ୍ରାମରେ ଆନ୍ଧ୍ରର କେତେକ ପରିବାର ରହିଛନ୍ତି। ଏହି ଚାରି ଗୋଟି ଗ୍ରାମରେ ଥିବା କିଛି ଆନ୍ଧ୍ର ଓଡ଼ିଶାର କେତେକ ଲୋକଙ୍କପାଖରେ ଦୁଇ ରାଜ୍ୟର ଭୋଟ ପରିଚୟପତ୍ର ରହିଛି। ତେବେ ଟି ବ୍ରହ୍ମପୁର ଗ୍ରାମରେ ବହୁ ଓଡ଼ିଆ ଲୋକଙ୍କ ଆନ୍ଧ୍ର ଭୋଟର ତାଲିକାରେ ନାମ ରହିଛି।ଜାହାରି ଫଳରେ ଗତ ବର୍ଷ ଅନୁଷ୍ଠିତ ଆନ୍ଧ୍ର ପଂଚାୟତ ନିର୍ବାଚନରେ ପ୍ରଶାସନର ଉଦ୍ୟମ ସତ୍ତ୍ବେ ଭାଗ ମତଦାନ କରିଥିଲେ। ଏବେ ପାତ୍ରପୁର ବ୍ଳକରେ ଆଗାମୀ କୋଡିଏ ତାରିଖରେ ପଞ୍ଚାୟତ ଭୋଟ ହେବାକୁ ଥିବା ବେଳେ ଓଡ଼ିଶା ଭୋଟ ତାଲିକାରେ ନାମ ଥିଲା ଆନ୍ଧ୍ର ବ୍ୟକ୍ତି ଭୋଟ ଦେବା ଆଶଙ୍କାକୁ ଏଡାଇ ହେବନାହିଁ ବୋଲି କିଛି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories