www.samajalive.in
Sunday, December 7, 2025
23.1 C
Bhubaneswar

ଏଫଏଟିଏଫର ଚେତାବନୀ, ୪ ମାସ ଭିତରେ ନ ସୁଧୁରିଲେ କଳା ତାଲିକାଭୁକ୍ତ ହେବ ପାକିସ୍ତାନ

ଇସଲାମାବାଦ: ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ୪ ମାସ ମଧ୍ୟରେ ଆତଙ୍କବାଦ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଜୁନରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଏଫଏଟିଏଫ ଚରମବାଣୀ ଶୁଣାଇଛି। ଏହା ସହିତ ପାକିସ୍ତାନକୁ ଧୂସର ତାଲିକାରେ ରଖିବାର ଅବଧି ଜୁନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଆତଙ୍କବାଦକୁ ରୋକିବା ଲାଗି ଦିଆଯାଇଥିବା ୨୭ ସୂତ୍ରର କାର୍ଯ୍ୟକୁ ପାକିସ୍ତାନ ଠିକ୍‌ ଭାବେ ଅନୁପାଳନ କରୁ ନ ଥିବାରୁ ଏଫଏଟିଏଫ ଅସନ୍ତୋଷ ପ୍ରକାଶ କରିଛି।

ପାକିସ୍ତାନର ଖବରକାଗଜ ‘ଡନ୍‌’ ଅନୁସାରେ, ଏଫଏଟିଏଫର ଅନେକ ବୈଠକରେ ପାକିସ୍ତାନର ପ୍ରଦର୍ଶନର ସମୀକ୍ଷା କରାଯାଇଥିଲା। ଏହା ପରେ ପାକିସ୍ତାନର ଧୂସର ତାଲିକା ଅବଧିକୁ ୪ମାସ ବୃଦ୍ଧି କରାଯାଇଛି। ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏଫଏଟିଏଫର ବୈଠକ ଶେଷ ହେବା ପରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ।

- Advertisement -

ଏଫଏଟିଏଫର ଆଗାମୀ ବୈଠକ ଜୁନରେ ଅନୁଷ୍ଠିତ ହେବ। ଏଥିରେ ପାକିସ୍ତାନ ଦ୍ବାରା ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଣ, ଆର୍ଥିକ ଅନିୟମିତତା ଏବଂ ଆତଙ୍କବାଦୀ ମୁଖ୍ୟମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର  ସମୀକ୍ଷା କରାଯିବ। ଯଦି ୪ମାସ ମଧ୍ୟରେ ପାକିସ୍ତାନ ଏଫଏଟିଏଫର ଆବଶ୍ୟକତା ଅନୁସାରେ କାର୍ଯ୍ୟ ନ କରିଥାଏ, ତେବେ ତା’କୁ କଳା ତାଲିକାଭୁକ୍ତ କରାଯିବ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories