www.samajalive.in
Thursday, December 11, 2025
16.1 C
Bhubaneswar

ମୃତ୍ତିକା ସଂରକ୍ଷଣ ବିଭାଗର ଫାର୍ମପଣ୍ଡ ଦୁର୍ନୀତି 

ହରଭଙ୍ଗା: ମୃତ୍ତିକା ସଂରକ୍ଷଣ ବିଭାଗ ମନରେଗା ଭଳି ଶ୍ରମଭିତିକ ଆଇନକୁ କିଭଳି ଅପବ୍ୟବହାର କରି ହରଭଙ୍ଗା ବ୍ଲକରେ ଦଲାଲ ସାହାଯ୍ୟରେ ମେସିନ ଦ୍ୱାରା ଫାର୍ମ ପଣ୍ଡ ଖନନ କରୁଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଭଳି ଅନିୟମିତତା କେଳଙ୍କାରୀରେ ଖୋଦ୍‍ ବିଭାଗୀୟ ମୁଖ୍ୟଠାରୁ ଆରମ୍ଭ କରି ପି.ଆଇ.ଏ ସାମିଲ ଥିବାରୁ ଏହି ର‍୍ୟାକେଟ୍‍ ବର୍ତମାନ ବ୍ଲକରେ ସକ୍ରିୟ ହୋଇରହିଛି। ଯାହାଦ୍ୱାରା ଜଣେ ଚାଷୀ ସରକାରୀ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଫାର୍ମ ପଣ୍ଡ ଭଳି ମହତ୍‍ ଯୋଜନାର ସୁଫଳ ପାଇବାରେ ବଡ ବ୍ୟତିକ୍ରମ ସାମ୍ନାକୁ ଆସିଛି।

ସୂଚନା ମତେ, ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥକ ବର୍ଷରେ ହରଭଙ୍ଗା ବ୍ଲକରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ମନରେଗା ଯୋଜନାରେ ୨୫୦ଟି ଫାର୍ମପଣ୍ଡ ଖନନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଫାର୍ମପଣ୍ଡ ଖନନ ପାଇଁ ୧ଲକ୍ଷ ୮୫ହଜାରରୁ ୨ଲକ୍ଷଟଙ୍କା ବ୍ୟୟବରାଦ ବ୍ୟବସ୍ଥା ରହିଛି। ମାତ୍ର ମନରେଗାର ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ବିଭାଗ ନିଜର ଲକ୍ଷ୍ୟଧାର୍ଯ୍ୟ ପାଇଁ ଫାର୍ମ ପଣ୍ଡ ଖନନ କାର୍ଯ୍ୟ ପ୍ରତି ପଂଚାୟତରେ ଦଲାଲ ଏବଂ ମେସିନ ଦ୍ୱାରା ସମ୍ପାଦିତ କରି ପ୍ରକୃତ ହିତାଧିକାରୀକୁ ଅନ୍ଧାରରେ ରଖାଯାଉଛି। ହିତାଧିକାରୀଙ୍କଠାରୁ ଦଲାଲ ସାହାଯ୍ୟରେ ଜମିପଟ୍ଟା, ପାସବୁକ୍‍ ଆଧାରକାର୍ଡ ଭଳି ଆନୁସାଙ୍ଗିକ କାଗଜପତ୍ର ସଂଗ୍ରହ କରି ସେମାନଙ୍କ ନାମ ପଞ୍ଜିକରଣ କରାଯାଉଛି। ୨୦ଫୁଟ୍‍ ଗଭୀର ୨୦ଫୁଟ ଓସାର ସହିତ ୧୦ଫୁଟ ଓସାରର ଏକ କୃଷି ବନ୍ଧ ନିର୍ମାଣ ବିନା ସୂଚନା ଫଳକରେ ଶ୍ରମିକ ବଦଳରେ ମେସିନ ସାହାଯ୍ୟରେ ଖନନ କରାଯାଉଛି। ମେସିନ ସାହାଯ୍ୟରେ ମାତ୍ର ୩୦ରୁ ୩୫ ଘଣ୍ଟା କାମ କରାଯାଇ ଭୁତ ଶ୍ରମିକ ନାଁରେ ମିଥ୍ୟା ମଷ୍ଟରରୋଲ ସାହାଯ୍ୟରେ ମନରେଗା ଅନୁଦାନ ଅର୍ଥ ବାଟମାରଣା କରାଯାଉଛି।ମାତ୍ର ୬୦ରୁ ୭୦ହଜାର ଟଙ୍କା ବ୍ୟୟରେ ଜେସିବି ମେସିନ ଟ୍ରାକ୍ଟର ସାହାର୍ଯ୍ୟରେ ଗୋଟିଏ ଗୋଟିଏ କୃଷିପୋଖରୀ ନିର୍ମାଣ କରି ପି.ଆଇ.ଏ, ଦଲାଲ୍‍ ଏବଂ ଉପରିସ୍ଥ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ବ୍ୟାପକ ଦୁର୍ନୀତି ହରିଲୁଟ୍‍ ଚାଲିଥିବା ନଜରକୁ ଆସିଛି। ପ୍ରତ୍ୟେକ ମନରେଗା କାର୍ଯ୍ୟରେ ମ୍ୟାଟ୍‍ ଦ୍ୱାରା ଜାତୀୟ ମୋବାଇଲ ମନିଟରିଂ ସିଷ୍ଟମରେ ମାଟିକାମରେ ନିୟୋଜିତ ଶ୍ରମିକଙ୍କ ଫଟୋ ଉତୋଳନ କରାଯିବା ପରିବର୍ତେ ଏନ.ଏମ.ଏମ.ଏସ ଆଈନକୁ ସଂପୂର୍ଣ୍ଣ ଫୁ କରି ରାତିଅଧିଆ ମେସିନ ଦ୍ୱାରା ଫାର୍ମ ପଣ୍ଡ ଖନନ କରି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଛି। ହିତାଧିକାରୀଙ୍କୁ ଦଲାଲ ଦ୍ୱାରା ଖନନ ହୋଇଥିବା ଏକ ଫାର୍ମପଣ୍ଡ ଦେଇ ମେଟେରିଆଲ ବାବଦ ଅର୍ଥ ୨୬ହଜାରରୁ ୩୫ହଜାର ଟଙ୍କା ସିଧାସଳଖ ବାଟମାରଣା କରାଯାଉଛି।

- Advertisement -

ଏ ଦିଗରେ ମନରେଗା ଦାୟିତ୍ୱରେ ଥିବା ଜିଲ୍ଲା ଆମ୍ବୁଡସମ୍ୟାନ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଶ୍ରମଜିବୀ ପରିବାର ପକ୍ଷରୁ ଦାବୀ ଉଠୁଛି। ଏତଦ୍‍ ବ୍ୟତୀତ ଜିଲ୍ଲାପାଳ, ବିଭାଗୀୟ ସ୍ୱତନ୍ତ୍ର ସଚିବ ସମ୍ପାଦିତ ହୋଇଥିବା ଫାର୍ମପଣ୍ଡଗୁଡ଼ିକର କ୍ଷେତ୍ର ପରିଦର୍ଶନ କରି ସଂମ୍ପୃକ୍ତ ହିତାଧିକାରୀଙ୍କୁ ପଚରାଉଚରା ପରେ ଏହା ପଛରେ କାମକରୁଥିବା ଅଦୃଶ୍ୟଶକ୍ତି ଏବଂ ଦଲାଲଙ୍କ ମୁଖା ଖୋଲିପାରନ୍ତା ବୋଲି ମତପ୍ରକାଶ ପାଉଛି। ଏ ସର୍ମ୍ପକରେ ବୌଦ୍ଧ ମୃତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ଜିଲ୍ଲାରେ ଏକହଜାର ଫାର୍ମପଣ୍ଡ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବିନା ଏନଏମଏମଏସରେ ଖନନ ଚାଲିଥିବା କଥା ସ୍ୱୀକାର କରିଥିଲେ। ଦଲାଲ ଦ୍ୱାରା ମେସିନ ସାହାଯ୍ୟରେ କାର୍ଯ୍ୟ ଚାଲିଥିବା କଥା ପଚାରିବାରୁ ଏଭଳି ଅନିୟମିତତା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories