www.samajalive.in
Wednesday, December 10, 2025
18.1 C
Bhubaneswar

ରିଲାଏନ୍ସ ଓ ଭାୟାକମ୍‌୧୮ ପକ୍ଷରୁ ବୋଧି ଟ୍ରି ସିଷ୍ଟମ୍‌ସ ସହ ସହଯୋଗିତା ସ୍ଥାପନ ଘୋଷଣା

– ଭାୟାକମ୍‌୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବ ବୋଧି ଟ୍ରି ସିଷ୍ଟମ୍‌ସ
– ରିଲାଏନ୍ସ ପ୍ରୋଜେକ୍ଟସ୍ ଆଣ୍ଡ୍ ପ୍ରପର୍ଟି ମ୍ୟାନେଜମେଂଟ୍ ସର୍ଭିସେସ୍ ୧,୬୪୫ କୋଟି ନିବେଶ କରିବ

ଭୁବନେଶ୍ୱର: ଜେମ୍‌ସ ମୁର୍ଦୋଚ୍‌ଙ୍କ ଲୁପା ସିଷ୍ଟମ୍‌ସର ନିବେଶ ସଂସ୍ଥା ବୋଧି ଟ୍ରି ସିଷ୍ଟମ୍‌ସ ଓ ଉଦୟ ଶଙ୍କର ପ୍ରସାରଣ ସେବା କ୍ଷେତ୍ର ସହ ଜଡ଼ିତ କଂପାନି ପକ୍ଷରୁ ଭାୟାକମ୍‌୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବା ବିଷୟରେ ଘୋଷଣା କରାଯାଇଛି। ଉଦୟ ଶଙ୍କର ହେଉଛନ୍ତି ଷ୍ଟାର ଓ ଡିଜ୍‌ନି ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ । ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ତ୍ରିପାକ୍ଷିକ ଭାଗିଦାରୀ ଜରିଆରେ ଏହି ନିବେଶ କରାଯିବ । ଏହା ଦ୍ୱାରା ଦେଶର ସବୁଠୁ ବଡ଼ ଟିଭି ଓ ଡିଜିଟାଲ୍ ଷ୍ଟ୍ରିମିଂ କଂପାନିକୁ ଏକ ଆକାର ମିଳିବ ।

- Advertisement -

ଏହି ସହଯୋଗିତା ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ପ୍ରୋଜେକ୍ଟସ୍ ଆଣ୍ଡ୍ ପ୍ରପର୍ଟି ମ୍ୟାନେଜମେଂଟ୍ ସର୍ଭିସେସ୍ ଲିମିଟେଡ୍ (ଆରପିପିଏମ୍‌ଏସ୍‌ଏଲ୍‌) ୧,୬୪୫ କୋଟି ଟଙ୍କାର ନିବେଶ କରିବ । ଏହା ବ୍ୟତୀତ ଲୋକପ୍ରିୟ ଜିଓ ସିନେମା ଓଟିଟି ଆପ୍‌କୁ ଭାୟାକମ୍‌୧୮କୁ ସ୍ଥାନାନ୍ତର କରାଯିବ । ଟେଲିଭିଜନ, ଓଭର ଦି ଟପ୍ (ଓଟିଟି), ବିତରଣ, ବିଷୟ ନବସୃଜନ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା କ୍ଷେତ୍ରରେ ଆର୍‌ପିପିଏମ୍‌ଏସ୍‌ଏଲ୍‌ର ଉଲ୍ଲେଖନୀୟ ଉପସ୍ଥିତି ରହିଛି । ପାରାମାଉଂଟ୍ ଗ୍ଲୋବାଲ୍ (ପୂର୍ବରୁ ଭାୟାକମ୍ ସିବିଏସ୍‌) ଭାୟାକମ୍‌୧୮ର ଅଂଶଧନକାରୀ ହୋଇରହିବ । ଭାୟାକମ୍‌୧୮କୁ ଏହା ନିଜର ପ୍ରମୁଖ ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକୁ ପ୍ରଦାନ କରିବା ଜାରି ରଖିବ ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ଜେମ୍‌ସ ଓ ଉଦୟଙ୍କ ଟ୍ରାକ୍ ରେକର୍ଡ ଅତୁଳନୀୟ । ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତ, ଏସିଆ ଓ ସାରା ଦୁନିଆରେ ମିଡିଆ ବ୍ୟବସ୍ଥାକୁ ଆକାର ପ୍ରଦାନ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ବୋଧି ଟ୍ରି ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଏକ ଷ୍ଟ୍ରିମିଂ ପ୍ରଥମ ମିଡିଆ ବଜାର ଆଡ଼କୁ ଭାରତର ରୂପାନ୍ତରଣର ନେତୃତ୍ୱ ନେଉଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଏହି ସହଯୋଗିତା ଜରିଆରେ ଭାରତୀୟ ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ମିଡିଆ ଓ ମନୋରଂଜନ ସେବା ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ ।’’

ଏହି ସହଯୋଗିତା ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି କହିବା ସହ ମୁର୍ଦୋଚ ଓ ଉଦୟ କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବ୍ୟାପକ ଭାବେ ପ୍ରତିଦିନର ମିଡିଆ ଓ ମନୋରଂଜନ ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଅର୍ଥପୂର୍ଣ୍ଣ ସମାଧାନ ପ୍ରଦାନ କରିବା ପାଇଁ ବିଶେଷ କରି ମୋବାଇଲ୍‌ରେ ଉନ୍ନତ ପ୍ରଯୁକ୍ତିର ଲାଭକୁ ବ୍ୟବହାର କରିବା । ଏକ ବିଲିଅନରୁ ଅଧିକ ସ୍କ୍ରିନ୍‌ରେ ଆମେ ମନୋରଂଜନ ଅନୁଭୂତିର ଆକାରକୁ ବଦଳାଇବାକୁ ଚାହୁଛୁ ।’’

ଆବଶ୍ୟକ ଅନୁମୋଦନ ଓ କାରବାର ସମାପନ କରିବାର ସର୍ତ ଅନୁସାରେ ଏହି କାରବାରକୁ ଛଅ ମାସ ମଧ୍ୟରେ ସମ୍ପାଦନ କରାଯିବ ବୋଲି ଆଶା ରହିଛି ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories