କଳାହାଣ୍ଡି: ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲା ବୋଟା ଥାନା ମାଦିଗୁଡା ଗାଁର ବାହାଦୂର ରଣା । ବାହାଦୂର ରଣା ୪ ଲକ୍ଷ ଟଙ୍କା ଋଣ ଆଣି ୪ ଏକର ଜମିରେ କପା ଚାଷ କରିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିଲା। ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ରହିଥିବା ବେଳେ ଋଣ ଭାର ତାଙ୍କ ଉପରେ ବୋଝ ସଦୃଶ ଥିଲା। ଋଣ ଭାର ସୁଝି ନପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
Popular Categories



