www.samajalive.in
Saturday, December 6, 2025
26.1 C
Bhubaneswar

ବିର୍ଲା ସ୍କୁଲ ଅଫ କମ୍ୟୁନିକେସନ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟିର ବିର୍ଲା ସ୍କୁଲ ଅଫ କମ୍ୟୁନିକେସନର ବିଏଜେଏମସି (ସମ୍ମାନ) ବିଦାୟ ଏବଂ ଏମଏଜେଏମସି ସିନିୟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶନିବାର ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କନିଷ୍ଠ ଛାତ୍ରଛାତ୍ରୀମାନେ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ହୋଇଥିଲେ ମଧ୍ୟ ଏଥିରେ ଛାତ୍ରଛାତ୍ରୀଙ୍କର ଆଗ୍ରହ ସ୍ପଷ୍ଟ ବାରିହୋଇପଡୁଥିଲା। କିଛି ବରିଷ୍ଠ ଛାତ୍ରଛାତ୍ରୀ କ୍ୟାମ୍ପସରେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସମୟରେ କାର୍ଯ୍ୟକ୍ରମରେ ବେଶ୍‍ ଭାବପ୍ରବଣ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ସ୍କୁଲ ଅଫ କମ୍ୟୁନିକେସନ ଡିନ୍‍ ପ୍ରଫେସର ଡ. ସାମସନ ମହାରଣା ଏବଂ ଅନ୍ୟ ଅଧ୍ୟାପକ ମଣ୍ଡଳୀ ସଦସ୍ୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଏଥିସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories