www.samajalive.in
Sunday, December 7, 2025
26.1 C
Bhubaneswar

ଭିନ୍ନ ଉପାୟରେ ପ୍ରସ୍ତୁତ ହୁଏ ଏହି ମ୍ୟାଗି ; ବ୍ୟବହାର ହୁଏ ମୃଦୁପାନୀୟ

ଅନେକ ସମୟରେ କିଛି ଭିନ୍ନ ଉପାୟରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ସ୍ୱାଦ ନେବା ପାଇଁ ସଭିଏଁ ବେଶ ଉତ୍ସାହୀ ଥିବା ସହ ପସନ୍ଦ ମଧ୍ୟ କରନ୍ତି। ସେଭଳି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ମ୍ୟାଗି ଖାଇବା ବେଶ ପସନ୍ଦ କରିଥାଆନ୍ତି। ମ୍ୟାଗିର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି। ପ୍ରତ୍ୟେକ ଏହାକୁ ନିଜ ପସନ୍ଦ ଅନୁଯାୟୀ ପ୍ରସ୍ତୁତ କରି ଥାଆନ୍ତି। କିଛି ଏହାକୁ ସରଳ ଭାବେ ପାଣିରେ ଫୁଟାଇ ତ କିଛି ବିଭିନ୍ନ ପନିପରିବା ସହ ପ୍ରସ୍ତୁତ କରିଥାଆନ୍ତି। ମାତ୍ର ଆପଣ ଫାଣ୍ଟା ମ୍ୟାଗି ବିଷୟରେ ଜାଣିଛନ୍ତି କି? ତେବେ ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ …..
ଫାଣ୍ଟା ମ୍ୟାଗି ଶୁଣିକି ହିଁ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ। ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଏବେ ଏଥିରେ ବିଭିନ୍ନ ପ୍ରକାର କଟା ଯାଇଥିବା ପନିପରିବା (ଗାଜର,ବିଟ,କ୍ୟାପସିକମ, ପିଆଜ, ରସୁଣ, ଟମାଟୋ,) ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଏଥିରେ ଫାଣ୍ଟା ପକାନ୍ତୁ। ଏବେ ଏଥିରେ ମ୍ୟାଗି ପକାଇ କିଛି ସମୟ ପରେ ମ୍ୟାଗି ମସଲା, ଆମଚୁର ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ହଳଦୀ ପକାଇ ୨ ମିନିଟରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଫାଣ୍ଟା ମ୍ୟାଗି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories