www.samajalive.in
Wednesday, December 10, 2025
14.1 C
Bhubaneswar

ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ

କାକାଥୁରୁଥୁ, କେରଳ –
ଏଠାକାର ପରିବେଶ ଶାନ୍ତ ଓ ଆନନ୍ଦଦାୟକ। ସୂର୍ୟ୍ୟଙ୍କ ସୁନ୍ଦର କିରଣ, ନିକଟରେ ଶସ୍ୟଶ୍ୟାମଳା ଭରା ଗଛଲତା। ବାସ୍ତବିକ ସୁନ୍ଦରତାକୁ ଏଠାରେ ଆପଣ ଦେଖିପାରିବେ, ଯାହା ସବୁବେଳେ ସିନେମାରେ ଦେଖଥିବେ।
ଧନୁଷକୋଡ଼ି, ତାମିଲନାଡ଼ୁ –
ତାମିଲନାଡ଼ୁର ଏହି ଗାଁକୁ ବୁଲିବାକୁ ଗଲେ ଆପଣ ଏଠାରେ ସୁନ୍ଦର ପରିବେଶ ସହ ଏଠାରୁ ସହଜରେ ଶ୍ରୀଲଙ୍କା ଯାଇପାରିବେ।
ଅରୁ, ଜମ୍ମୁ କାଶ୍ମୀର –
ଏପରି ଦେଖିବାକୁ ଗଲେ ଜମ୍ମୁ କାଶ୍ମୀରର ସମସ୍ତ ସ୍ଥାନ ସ୍ୱର୍ଗ ସଦୃଶ। ସେଭଳି ଏକ ସ୍ଥାନ ହେଉଛି ଅରୁ। ଯାହା ଖୁବ ପ୍ରସିଦ୍ଧ ଓ ସୁନ୍ଦର ପର୍ୟ୍ୟଟନସ୍ଥଳୀ।
ସାମୋଦ, ରାଜସ୍ଥାନ –
ରଜୱାଡ଼ା ପ୍ରଦେଶ ରାଜସ୍ଥାନର ରାଜଧାନୀ ଠାରୁ ୪୨ କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ। ଏହି ସ୍ଥାନର ସୌନ୍ଦର୍ୟ୍ୟ ଏପରି ଯେଉଁ କାରଣରୁ ଏହା ବିଦେଶରେ ମଧ୍ୟ ପରିଚିତ।
ସାରୀ , ଉତ୍ତରାଖଣ୍ଡ –
ଗାଁ ଏକ ଏପରି ସ୍ଥାନ ଯେଉଁଠାରେ ପୁରୁଣା ସଭ୍ୟତା ଓ ପରମ୍ପରା ସର୍ବଦା ଜୀବିତ ଥାଏ। ଏହି ପାହାଡ଼ିଆ ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ଜାଣିବା ପାଇଁ ନିଶ୍ଚୟ ଭ୍ରମଣ ପାଇଁ ଏଠାକୁ ଯାଆନ୍ତୁ।
ମେଲଙ୍ଗ , ମେଘାଳୟ –
ମେଘାଳୟର ଏହି ଗ୍ରାମ ନିଜର ସଫାସୁତୁରା ପରିବେଶ ପାଇଁ ବେଶ ପରିଚିତ। ଏଠାରେ ଆପଣ ସ୍ୱଚ୍ଛ ଓ ଶାନ୍ତ ପରିବେଶର ଆନନ୍ଦ ନେଇପାରିବେ।
ଝରଣାମାନଙ୍କ ସହର ହେଉଛି ଉଦୟପୁର। ଭ୍ରମଣ ପାଇଁ ଏଠାରେ ବିଭିନ୍ନ ସ୍ଥାନ ରହିଛି। ଏଠାରେ ଐତିହାସିକତା ମଧ୍ୟ ଭରି ରହିଛି। ତେଣୁ ଉଦୟପୁର ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଚିତ।
ଉଦୟପୁରରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ। ଏଠାକାର ଲେକ୍‍ ପ୍ଲେସର ଦୃଶ୍ୟ ମନରେ ରୋମାଞ୍ଚ ସୃଷ୍ଟି କରିଥାଏ। ଏହି ଲେକ ପ୍ଲେସ ଜଗ ନିବାସ ନାମରେ ମଧ୍ୟ ଜଣାଶୁଣା।
ଲେକ ପ୍ଲେସ ଏବେ ମହଲରୁ ସାହି ହୋଟେଲରେ ପରିବର୍ତ୍ତିତ ହୋଇସାରିଲାଣି। ଏହାର ନିର୍ମାଣ ଶୈଳୀ ଖୁବ ଉଚ୍ଚକୋଟରୀର ଅଟେ। ଛାତ ଓ ଅଗଣା ବେଶ ବିରାଟକାୟ ଅଟେ। ଜଟିଳ ଶିଳ୍ପ କଳାର ଏହା ଏକ ସୁନ୍ଦର ସ୍ଥାନ ଅଟେ। ନିକଟରେ ଥିବା ବଗିଚା ଓ ଆଖପାଖର ପରିବେଶ ବେଶ ଆକର୍ଷଣୀୟ ଅଟେ। ଦେଶବିଦେଶରୁ ବହୁ ପର୍ୟ୍ୟଟକ ଏଠାକୁ ସର୍ବଦା ଭ୍ରମଣ ପାଇଁ ଆସିଥାଆନ୍ତି। ଉଦୟପୁର ସିଟି ପ୍ଲେସ ପିଛୋଲା ଝରଣା ନିକଟରେ ରହିଛି। ଏହା ବିଶ୍ୱର ଏକ ଲୋକପ୍ରିୟ ସ୍ଥାନ ଅଟେ।
ଗମନାଗମନ ଦୃଷ୍ଟିରୁ ଆପଣ ରାଜସ୍ଥାନକୁ ରେଳରେ ଯାଇ ସେଠାରୁ ଘରୋଇଯାନରେ ଉଦୟପୁର ଯାଇପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories